ଆଇନର ଯୁଦ୍ଧରେ ହାରିଗଲା ଜେଫ ବୋଜୋସଙ୍କ କମ୍ପାନୀ

ୱାଶିଂଟନ,୬ ।୧୧: ଆମାଜନର ମାଲିକ ଜେଫ ବେଜୋସଙ୍କ ରକେଟ କମ୍ପାନୀ ବ୍ଲୁ ଅରିଜିନ ଆଇନ ଯୁଦ୍ଧରେ ହାରି ଯାଇଛି । ବ୍ଲୁ ଅରିଜିନର ଅଭିଯୋଗ ଥିଲା କି ଆମେରିକା ମହାକାଶ ଏଜେନ୍ସି ନାସା ଏଲନ ମସ୍କଙ୍କ କମ୍ପାନୀ ସ୍ପେଶଏକ୍ସ ଚନ୍ଦ୍ରମା ସହ ଜଡିତ ଏକ ମିଶନ ପାଇଁ ବେଆଇନ ପନ୍ଥା ଆପଣେଇଛି । ହେଲେ ଆମେରିକା କୋର୍ଟ ଏହି ଅଭିଯୋଗକୁ ଖାରଜ କରିଦେଇଛନ୍ତି । ଆମେରିକା ଅଦାଲତର ନିସ୍ପତ୍ତି ପରେ ମହାକାଶ ଦୁନିଆକୁ ନେଇ ମାସ ମାସ ଧରି ଲାଗିରହିଥିବା ଲଢେଇ ଏକ ପ୍ରକାର ଶେଷ ହୋଇଛି । ଏହାସହ ୧୯୭୨ ପରେ ଚନ୍ଦ୍ର ମଣ୍ଡଳକୁ ମନୁଷ୍ୟକୁ ପଠାଇବା ଦିଗରେ ବିଶ୍ୱର ଦୁଇ ଧନୀ ବ୍ୟକ୍ତିଙ୍କ ଜୀବନର ଲକ୍ଷ୍ୟ ମଧ୍ୟ ସ୍ପଷ୍ଟ ହୋଇଯାଇଛି । ବିଚାରପତି ଏ. ହର୍ଟଲିଙ୍ଗ ମାମଲାର ଶୁଣାଣି କରି କହିଛନ୍ତି କି ଏଲନ ମସ୍କଙ୍କ କମ୍ପାନୀ ସ୍ପେଶଏକ୍ସର ମହାକାଶ ଯାନରେ ନାସାର ଯାତ୍ରୀ ଚନ୍ଦ୍ରମାକୁ ଯାଇପାରିବେ ଓ ସେଠାରୁ ଫେରିପାରିବେ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମହାକାଶରେ ସ୍ପେଶଏକ୍ସକୁ ବଡ ଆଇନଗତ ସଫଳତା ମିଳିଛି ଯାହା ଏହାର ଭବିଷ୍ୟତର ପଥକୁ ସୁଗମ କରିବ ।

Share