ଜେଲେନସ୍କି-ଜନସନ୍‌ ସାଙ୍ଗ ହୋଇ ରାସ୍ତାରେ ବୁଲିଲେ…

କ୍ୱିଭ୍‌, ୧୦।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ୍‌ ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କ୍ୱିଭ୍‌ର ରାସ୍ତାରେ ଜନସନ୍‌ ବୁଲୁଥିବାର ଦେଖିବାକୁ ମିଳିଥିଲା। ୟୁକ୍ରେନ ସରକାର ଶେୟାର କରିଥିବା ଦୁଇ ମିନିଟରୁ ଅଧିକ ସମୟର ଭିଡିଓରେ ଦୁଇ ନେତା ସ୍ନାଇପର ଏବଂ ଅନ୍ୟାନ୍ୟ ସୁରକ୍ଷାକର୍ମୀଙ୍କ ଘେର ମଧ୍ୟରେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି।

ଦୁହେଁ କ୍ୱିଭ୍‌ର ମୁଖ୍ୟ କ୍ରେଶଚାଟିକ ଛକରୁ ମଇଦାନ ସ୍କୋୟାରକୁ ଯାଉଥିବା ଲୋକେ ସେମାନଙ୍କ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଛି। ରୁଷିଆ ଆକ୍ରମଣ ମଧ୍ୟରେ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

୨୪ ଫେବୃଆରୀରେ ରୁଷିଆର ଆକ୍ରମଣ ପରେ ଏହା ଜନସନ୍‌ଙ୍କ ପ୍ରଥମ ଗସ୍ତ ଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ ୧୨୦ ଟି ସଶସ୍ତ୍ର ଯାନ ଏବଂ ନୂତନ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀ ଯେଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ବିଶ୍ୱ ବ୍ୟାଙ୍କ ଋଣରେ ଅତିରିକ୍ତ ୫୦୦ ମିଲିୟନ ଡଲାର୍‌ ସହାୟତା କରିବାକୁ କହିଛନ୍ତି।

Share