ଯୁଦ୍ଧ ବନ୍ଦ ପାଇଁ ଜେଲେନ୍‌ସ୍କିଙ୍କ ନିବେଦନ

କିଭ୍‌, ୨୮ା୬: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୋମବାର ଭର୍ଚୁଆଲ ମାଧ୍ୟମରେ ଜି-୭ ସମ୍ମିଳନୀକୁ ଉଦ୍‌ବୋଧନ ଦେଇଛନ୍ତି। ସେ ଜି-୭ ଦେଶଗୁଡ଼ିକୁ ଅଧିକ ସହାୟତା ମାଗିବା ସହ ଶୀତଋତୁ ପୂର୍ବରୁ ରୁଷିଆ ଜାରି ରଖିଥିବା ଯୁଦ୍ଧକୁ ଶେଷ କରିବା ନିମନ୍ତେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ଏଥିସହ ମସ୍କୋ ସହ କୌଣସି ବୁଝାମଣା ନ କରି ଅଧିକ କଟକଣା ଲଗାଯାଉ ବୋଲି ସେ ଦାବି କରିଛନ୍ତି। ଜେଲେନ୍‌ସ୍କି ଜି-୭ ନେତାଙ୍କୁ ୟୁକ୍ରେନ୍‌ ପୁନଃ ନିର୍ମାଣ ପାଇଁ ଅର୍ଥ, ଅଧିକ ଆଣ୍ଟାଇ-ଏୟାରକ୍ରାଫ୍ଟ ଡିଫେନ୍ସ ସିଷ୍ଟମ ଯୋଗାଇବା ସହ ଖାଦ୍ୟଶସ୍ୟ ରପ୍ତାନୀ ଏବଂ ସୁରକ୍ଷା ଗ୍ୟାରେଣ୍ଟି ମାଗିଛନ୍ତି। ଯୁଦ୍ଧାସ୍ତ୍ର ଯୋଗାଣରେ ବିଳମ୍ବ ଯୋଗୁ ରୁଷିଆର ଆକ୍ରମଣରେ ୟୁକ୍ରେନ କ୍ଷତି ସହିଚାଲିଛି ବୋଲି ସେ କହିଛନ୍ତି।

Share