ଓ୍ବାଶିଂଟନ୍, ୨୧ା୭: ୟୁକ୍ରେନ୍ର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସ୍ତ୍ରୀ ଓଲେନା ଜେଲେନ୍ସ୍କା ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ସ୍ତ୍ରୀ ଜିଲ୍ ବାଇଡେନ୍ଙ୍କୁ ଭେଟିଛନ୍ତି। ଏଥିସହ ଜିଲ୍ ବାଇଡେନ୍ଙ୍କ ସହ ଜେଲେନ୍ସ୍କା ବ୍ୟକ୍ତିଗତ ଭାବେ ଏକ ବୈଠକ କରିଛନ୍ତି। ହ୍ବାଇଟ୍ ହାଉସ୍ରେ ବାଇଡେନ୍ ଏବଂ ଜିଲ୍ ବାଇଡେନ୍ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ରୁଷିଆ ଆକ୍ରମଣରୁ ଆତ୍ମରକ୍ଷା ପାଇଁ ମସ୍କୋ ସୈନ୍ୟଙ୍କ ସହ ଲଢ଼ିବା ନିମନ୍ତେ ୟୁକ୍ରେନ୍କୁ ଆମେରିକା ଅଧିକ ସହାୟତା ପ୍ରଦାନ ଉପରେ ଉଭୟ ରାଷ୍ଟ୍ରର ପ୍ରଥମ ମହିଳା ଆଲୋଚନା କରିଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଏଥିସହ ସେ ଆମେରିକା କଂଗ୍ରେସରେ ଉଦ୍ବୋଧନ ଦେଇ ୟୁକ୍ରେନ୍ ପାଇଁ ସହାୟତା ମାଗିଛନ୍ତି।