ରୁଷିଆରୁ ଶକ୍ତି ଆମଦାନୀ ଭାରତ ପାଇଁ ହିତକର ନୁହେଁ: ଜେନ ସାକି

ୱାଶିଂଟନ,୫ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନ ପୂରଣ ହୋଇଯାଇଥିବା ବେଳେ ଏବେ ଏହି ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଦେଖି ଆମେରିକା ସମେତ ଆଉ କିଛି ଦେଶ ରୁଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି । ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି, ଆମେରିକା ବିଶ୍ୱାସ କରେ ରୁଷିଆରୁ ଶକ୍ତି ଆମଦାନୀ ତଥା ଅନ୍ୟାନ୍ୟ ସାମଗ୍ରୀ ବୃଦ୍ଧି ଭାରତର ସ୍ୱାର୍ଥରେ ନାହିଁ । କାରଣ ୱାଶିଂଟନ ସାରା ବିଶ୍ୱର ଦେଶ ଉପରେ ଚାପ ପକାଉଛି କି ରୁଷିଆର ଶସ୍ତା ତୈଳ କିଣନ୍ତୁ ନାହିଁ ।
ଏକ ସାମ୍ବାଦିକ ସମ୍ମିଳନୀରେ ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି ଭାରତ ଦ୍ୱାରା ରୁଷିଆର ତୈଳ ଆମଦାନୀ ଉପରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ରୁଷିଆ ପାଇଁ ଆମେରିକା ଘୋଷଣା କରିଥିବା ପ୍ରତିବନ୍ଧକକୁ ବିଶ୍ୱର ପ୍ରତ୍ୟେକ ଦେଶ ପାଳନ କରିବେ ବୋଲି ଆମେରିକା ଆଶା କରୁଛି । ଶକ୍ତି ଦେୟ ଗ୍ରହଣୀୟ ନୁହେଁ । ଏହା ପ୍ରତ୍ୟେକ ଦେଶ ଦ୍ୱାରା ନିଆଯାଇଥିବା ଏକ ନିଷ୍ପତ୍ତି ଏବଂ ପ୍ରତ୍ୟେକ ଦେଶ ନିଜ ପସନ୍ଦର ନିଷ୍ପତ୍ତି ନେଉଛନ୍ତି ।

Share