Categories: ଜାତୀୟ

ଜେନିଫର ଲାର୍ସନ ହାଇଦ୍ରାବାଦରେ ଆମେରିକାର ନୂଆ କନ୍‌ସଲ୍‌ ଜେନେରାଲ

ହାଇଦ୍ରାବାଦ,୧୪ା୯: ହାଇଦ୍ରାବାଦରେ ଆମେରିକାର ନୂଆ କନ୍‌ସଲ ଜେନେରାଲ ଜେନିଫର ଲାର୍ସନଙ୍କୁ ବର୍ତ୍ତମାନର କନ୍‌ସଲ ଜେନେରାଲ ସ୍ବାଗତ କରିଛନ୍ତି। ଜେନିଫର ପୂର୍ବରୁ ମୁମ୍ବାଇସ୍ଥିତ ଆମେରିକା କନସୁଲେଟ୍‌ ଜେନେରାଲଙ୍କ କାର୍ଯ୍ୟାଳୟରେ ଡେପୁଟି ପ୍ରିନ୍ସିପାଲ ଅଫିସର ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଭାରତ ପାଇଁ ଆମେରିକାର କାର୍ଯ୍ୟକାରୀ ଉପ ସହକାରୀ ସଚିବ ଥିଲେ। ସେ ସୋମବାର ହାଇଦ୍ରାବାଦସ୍ଥିତ କନ୍‌ସୁଲେଟ ଜେନେରାଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେ ୫ ବର୍ଷ ହେଲା ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଦିଗରେ କାର୍ଯ୍ୟ କରୁଥିବା କହିଛନ୍ତି। ଏବେ ଏହି ସହଭାଗିତା ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାକୁ ବଢ଼ାଇବାର ସୁଯୋଗ ମିଳିଛି। ମିଳିତ ସମରାଭ୍ୟାସଠାରୁ ଆରମ୍ଭ କରି ବାଣିଜି୍ୟକ ସମ୍ପର୍କ, ସାଂସ୍କୃତିକ ଭାବ ବିନିମୟ ଏବଂ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଭାରତ-ଆମେରିକା ସମ୍ପର୍କରେ ହାଇଦ୍ରାବାଦରେ ବୃଦ୍ଧି ପାଇଥିବା ଜେନିଫର କହିଛନ୍ତି।

Share