୨୦ ବର୍ଷର ପ୍ରେମ ପରେ ଶେଷରେ ବିବାହ କଲେ ଷ୍ଟାର୍‌ ଯୋଡି

ଦୀର୍ଘ ୨୦ ବର୍ଷର ପ୍ରେମ ସମ୍ପର୍କ ପରେ ଶେଷରେ ବିବାହ କରିଛନ୍ତି ହଲିଉଡ ସିଙ୍ଗର ଜେନିଫର ଲୋପେଜ ଓ ଅଭିନେତା ବେନ ଆଫଲେକ। ଉଭୟ ଲସ ବେଗାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜେନିଫରଙ୍କ ବୟସ ୫୨ ହୋଇଥିବା ବେଳେ ବେନଙ୍କ ବୟସ ୪୯।
ଜେନିଫର ଓ ବେନ ୨୦୦୨ରେ ନିର୍ବନ୍ଧ କରିଥିଲେ। ବିବାହ ପୂର୍ବରୁ ଝଗଡା ହେବାରୁ ଉଭୟ ଅଲଗା ହୋଇଯାଇଥିଲେ। ପରେ ଦୁହେଁ ଅଲଗା ଅଲଗା ସ୍ଥାନରେ ବିବାହ ମଧ୍ୟ କରିଥିଲେ। ସେମାନଙ୍କର ସନ୍ତାନ ମଧ୍ୟ ରହିଛନ୍ତି। ଏସବୁ ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଗତବର୍ଷ ପୁଣି ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେମାନେ ଚଳିତ ବର୍ଷ ଏପ୍ରିଲ ମାସରେ ପୁଣିଥରେ ନିର୍ବନ୍ଧ ମଧ୍ୟ କରିଥିଲେ। ଏବେ ବିବାହ କରିଛନ୍ତି। ବିବାହ ପରେ ଜେନିଫର କହିଛନ୍ତି, ପ୍ରେମ ସୁନ୍ଦର। ପ୍ରେମ ଦୟା। ପ୍ରେମ ମଧ୍ୟ ଧୈର୍ଯ୍ୟ। ୨୦ ବର୍ଷର ଅପେକ୍ଷା। ଆମେ ଯାହା ଚାହୁଁଥିଲୁ, ଶେଷରେ ତାହା ହିଁ ହେଲା। ଜେନିଫର ନିଜକୁ ଜେନିଫର ଲାୟନ ଆଫଲେକ ବୋଲି କହିଛନ୍ତି। ବିବାହ ବେଳେ ସ୍ବତନ୍ତ୍ର ଗାଉନ ପିନ୍ଧି ଜେନିଫର ବେଶ ଖୁସି ଜଣାପଡୁଥିଲେ।

Share