ଅଲଗା ହେବାର ୨୦ ବର୍ଷ ପରେ ପୁଣି ଏକାଠି ହେଲେ ଜେନିଫର-ବେନ୍‌

ବମ୍ବେ: ନିର୍ବନ୍ଧର ବର୍ଷକ ପରେ ବାଟ ହୋଇଯାଇଥିଲା ଅଲଗା। ଏହାର ୨୦ ବର୍ଷ ପରେ ଏବେ ପୁଣି ଏକାଠି ହେବାକୁ ନିଷ୍ପତ୍ତି ନେଇ ଚମକାଇଛନ୍ତି ହଲିଉଡ୍‌ର ଏକ ଚର୍ଚ୍ଚିତ ଯୋଡ଼ି। ହଲିଉଡ୍‌ ଅଭିନେତା ବେନ୍‌ ଆଫ୍ଲେକ୍‌ ଏବଂ ଲୋକପ୍ରିୟ ଗାୟିକା-ଅଭିନେତ୍ରୀ ଜେନିଫର ଲୋପେଜ ପୁଣିଥରେ ନିର୍ବନ୍ଧ କରିଛନ୍ତି। ଏକ ଛୋଟ ଭିଡିଓରେ ଜେନିଫର ନିଜ ଜୀବନର ନୂଆ ଅଧ୍ୟାୟ ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହି ଖବର ଶୁଣିବା ପରେ ଉଭୟଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରୁଛନ୍ତି। ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

କିଛି ଦିନ ପରସ୍ପରକୁ ଡେଟ୍‌ କରିବା ପରେ ଜେନିଫର ଏବଂ ବେନ୍‌ ୨୦୦୨ରେ ନିର୍ବନ୍ଧ କରିଥିଲେ। ସେତେବେଳେ ଏହି ଯୋଡ଼ିକୁ ବେନିଫର୍‌ ନାମରେ ନାମିତ କରାଯାଇଥିଲା। ବେନ୍‌ ୬.୧ କ୍ୟାରେଟ୍‌ର ଗୋଲାପି ହୀରା ମୁଦି ଦେଇ ଜେନିଫରଙ୍କୁ ପ୍ରପୋଜ କରିଥିଲେ। ହେଲେ ୨୦୦୩ରେ ଉଭୟ ଅଲଗା ହୋଇଯାଇଥିଲେ।

ନିର୍ବନ୍ଧ ଭାଙ୍ଗିବା ପରେ ଜେନିଫର ସିମ୍ପର ମାର୍କ ଆନ୍ଥୋନୀଙ୍କୁ ଏବଂ ବେନ୍‌ ଜେନିଫର ଗାର୍ନରଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏହି ବିବାହ ବେଶି ଦିନ ଚାଲି ନ ଥିଲା। ଏହାଛଡ଼ା ଅନେକ ସେଲିବ୍ରିଟିଙ୍କ ସହ ସେମାନଙ୍କ ନାଁ ମଧ୍ୟ ଯୋଡ଼ା ଯାଇଥିଲା। ହେଲେ ସତସତିକା କେହି ଜୀବନରେ ଆସୁ ତାହା ପୂର୍ବରୁ ଉଭୟ ପୁଣିଥରେ ଏକାଠି ହୋଇଛନ୍ତି। ଏବେ ନିର୍ବନ୍ଧ ସରିଥିବା ବେଳେ ପ୍ରଶଂସକମାନେ ବିବାହ କେବେ ହେଉଛି ସେ ଦିନକୁ ଅପେକ୍ଷା କରିଛନ୍ତି।

Share