ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ ଏବେ ସମ୍ପର୍କରେ ତିକ୍ତତା ଆସିଥିବାରୁ ଦୁହେଁ ବାଟ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ଛାଡ଼ପତ୍ର ପରେ ସେମାନେ ରହୁଥିବା ଘରକୁ ମଧ୍ୟ ବିକ୍ରି କରିଦେବେ ବୋଲି ଜଣାପଡ଼ିଛି।

ହଲିଉଡ୍‌ର ପାଓ୍ବାରଫୁଲ୍‌ ଯୋଡ଼ିଙ୍କ ମଧ୍ୟରୁ ଜେନିଫର-ବେନ୍‌ ଅନ୍ୟତମ। ଉଭୟ ୨୦୨୨ରେ ବିବାହ କରିଥିଲେ। ବେନ ଏବେ ନିଜ କାମ ଏବଂ ପିଲାମାନଙ୍କ ଉପରେ ଧ୍ୟାନ ଦେଉଛନ୍ତି। ଅପରପକ୍ଷେ ଜେନିଫର ସବୁରୁ ଦୂରରେ ରହିବାକୁ ଉଚିତ ମଣୁଛନ୍ତି। ଏଣୁ ପ୍ରେମ ବୋଲି କିଛି ବାକି ନ ଥିବା ସ୍ପଷ୍ଟ ହୋଇଛି।

Share