ଜେସିକା ବ୍ରିଟେନ୍‌ର ପ୍ରଥମ ଦୃଷ୍ଟିବାଧିତ ମହିଳା ଆଇନଜୀବୀ

ଲଣ୍ଡନ,୧।୧୧:ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ଦୃଷ୍ଟି ବାଧିତା ମହିଳା ଆଇନଜୀବୀ ହୋଇପାରିଛନ୍ତି ଜେସିକା ଇନାବା। ଦେଶରେ ଓକିଲାତି କ୍ଷେତ୍ରରେ ଜେସିକା ଇତିହାସ ରଚିଛନ୍ତି। ସେଣ୍ଟ୍ରାଲ୍‌ ଲଣ୍ଡନସ୍ଥିତ ୟୁନିଭର୍ସିଟି ଅଫ୍‌ ଲ’ରେ ସେ ଶିକ୍ଷା ଗ୍ରହଣ କରୁଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ ଜେସିକା ବାଇଲାଟେରାଲ ମାଇକ୍ରୋଥାଲମିଆ ରୋଗରେ ଆକ୍ରାନ୍ତ। ୟୁନିଭର୍ସିଟିରେ ୫ ବର୍ଷ ପଢ଼ିବା ପରେ ଗତସପ୍ତାହରେ ସେ ଆଇନ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୟୁନିଭର୍ସିଟିରେ ବ୍ରେଲ୍‌ ପଦ୍ଧତିରେ ସେ ପାଠ ପଢ଼ୁଥିବାବେଳେ ନିଜ ସଫଳତାର ଶ୍ରେୟ ସେ ତାଙ୍କ ପରିବାର ଓ ବନ୍ଧୁ ବର୍ଗଙ୍କୁ ଦେଇଛନ୍ତି।

Share