Categories: ଖେଳ

ମଡେଲଙ୍କୁ ଅଶ୍ଳିଳ ମେସେଜ୍‌ ପଠାଇ ହୋଟେଲ ରୁମ୍‌ରେ ଭେଟିବାକୁ କହୁଥିଲେ ଏହି କ୍ରିକେଟର, ଏବେ..

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଶେନ ୱାର୍ନ ବେଶ ବିବାଦୀୟ। ୫୨ ବର୍ଷୀୟ ଏହି କ୍ରିକେଟରଙ୍କ ନାମ ଅନେକ ମହିଳାଙ୍କ ସହ ଯୋଡ଼ା ଯାଇଛି। ଏହାକୁ ନେଇ ସେ ଅଧିକାଂଶଙ୍କ ସମୟରେ ବିବାଦରେ ରହି ଆସିଛନ୍ତି। ଏହି କ୍ରମରେ ଯୋଡ଼ି ହୋଇଛି ମଡେଲ ତଥା ଟିଭି ଶୋ’ ବିଗ ବ୍ରଦର୍‌ର ପ୍ରତିଯୋଗୀ ଜେସିକା ପାୱାରଙ୍କ ନାମ।

ଏହି ଅଷ୍ଟ୍ରେଲିୟ କ୍ରିକେଟର ଅଶ୍ଳିଳ ବାର୍ତ୍ତା ପଠାଉଥିବା ଜେସିକା ଅଭିଯୋଗ କରିଛନ୍ତି। ଯେତେବେଳେ ଏହି ଘଟଣା ତାଙ୍କ ସହିତ ଘଟିଥିଲା, ସେତେବେଳେ ଓ୍ବାର୍ନ ଏପରି ଘୃଣ୍ୟ କାର୍ଯ୍ୟ କରିଥିବେ ବୋଲି ସେ ବିଶ୍ୱାସ କରିପାରି ନ ଥିଲେ।

ଜେସିକା ଆହୁରି କହିଛନ୍ତି, ‘ଯଦି ଆପଣ ଜଣେ ସେଲିବ୍ରିଟି ଅଟନ୍ତି, ତେବେ କାହାକୁ ଏଭଳି ବାର୍ତ୍ତା ପଠାନ୍ତୁ ନାହିଁ। କାରଣ ଏହା ପାଗଳାମୀ। ଓ୍ବାର୍ନ ଅଶ୍ଳିଳ ମେସେଜ ପଠାଇବା ପରେ ମୁଁ ତାକୁ ବିଶ୍ୱାସ କରିପାରି ନ ଥିଲି। ଏପରିକି କ୍ରିକେଟର ଦୁଇ ସପ୍ତାହ ମଧ୍ୟରେ ଚାରିଥର ସାକ୍ଷାତ କରିବାକୁ କହିଥିଲେ ହେଁ ହୋଟେଲ ରୁମରେ ଭେଟିବାକୁ ମନା କରିଦେଇଥିଲି। ପରବର୍ତ୍ତୀ ସମୟରେ ତାଙ୍କ ନମ୍ବର ବ୍ଲକ୍‌ କରିଦେଇଥିଲି ବୋଲି ସେ ମଧ୍ୟ କହିଛନ୍ତି।

Share