Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତରେ ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା

ମୁମ୍ବାଇ,୧୪।୯: ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ନରେଶଙ୍କ ବିରୋଧରେ କାନାରା ବ୍ୟାଙ୍କରୁ ନେଇଥିବା ଋଣରୁ ୫୩୮ କୋଟି ଟଙ୍କା ପରିଶୋଧ କରି ନ ଥିବା ଅଭିଯୋଗ ରହିଛି। ତାଙ୍କୁ ଇଡି ଅଧିକାରୀମାନେ ଏଜେନ୍ସି ମୁଖ୍ୟାଳୟରେ ଦୀର୍ଘ ସମୟ ଧରି ଜେରା ପରେ ମନି ଲଣ୍ଡରିଂ ନିବାରଣ ଆଇନ(ପିଏମଏଲଏ) ବଳରେ ସେପ୍ଟେମ୍ବର ୧ ତାରିଖରେ ଗିରଫ କରିଥିଲେ।

ନରେଶ ଗୋୟଲଙ୍କ ଇଡି ହେପାଜତ ଶେଷ ହେଉଥିବା ବେଳେ ତାଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ଶୁଣାଣି କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Share