Advertisement
Categories: ଜାତୀୟ

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। ଫଳରେ ଏଥିରେ କାମ କରୁଥିବା ପ୍ରାୟ ୧୬ ହଜାର କର୍ମଚାରୀ ଏବେ ରୋଜଗାର ହରାଇ ଭାଙ୍ଗି ପଡିଛନ୍ତି। ଏହି କର୍ମଚାରୀମାନେ ଦିଲ୍ଲୀର ଯନ୍ତର ମନ୍ତରରେ ଏକାଠି ହୋଇ ଏୟାରଓ୍ବେଜକୁ ଚଲାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ସେମାନେ ଋଣ ଦାତା ଓ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି। ତେବେ ଯେତେବେଳେ ଏମାନେ ଯନ୍ତର ମନ୍ତରରେ ଏକାଠି ହୋଇଥିଲେ ସେତେବେଳେ ଅଧିକାଂଶଙ୍କ ଆଖି ଭିଜି ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୨ ମାସ ହେବ ଦରମା ନ ପାଇ ଶେଷରେ କମ୍ପାନୀ ବନ୍ଦ ହୋଇଯିବା କର୍ମଚାରୀଙ୍କ ଉପରେ ଆକାଶ ଛିଡି ପଡିଲା ଭଳି ଲାଗୁଛି ବୋଲି ସେମାନେ କୁହନ୍ତି। ଅବଶ୍ୟ କମ୍ପାନୀ ସିଇଓ କର୍ମଚାରୀଙ୍କୁ ଆଶ୍ୱାସନା ଦେବା ପରେ କେତେଜଣ ପୁରୁଣା କର୍ମଚାରୀ ଏବେବି କମ୍ପାନୀ ଉପରେ ଭରସା ରଖିଥିବା ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share