Categories: ବାଣିଜ୍ୟ

ଜୟଆଲୁକ୍କାସ୍‌ରେ ଅଳଙ୍କାର ମହୋତ୍ସବ

ଭୁବନେଶ୍ୱର,୧୯।୫: ବହୁରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ପକ୍ଷରୁ ଚଳିତ ବର୍ଷର ସବୁଠାରୁ ବଡ଼ ଅଳଙ୍କାର ମହୋତ୍ସବ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ସମସ୍ତ ଅଳଙ୍କାର ପ୍ରେମୀଙ୍କୁ ପ୍ରତିଷ୍ଠାନର ସମସ୍ତ ଅଳଙ୍କାରର ମେକିଂ ଚାର୍ଜ ଉପରେ ୫୦%ର ଆକର୍ଷଣୀୟ ରିହାତି ପ୍ରଦାନ କରୁଛି ବୋଲି ଜୟଆଲୁକ୍କାସ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ଉତ୍ସାହିତ କରିବାକୁ ପ୍ରତିଷ୍ଠାନର ପ୍ରମୁଖ ସୁନା, ହୀରା, ମୂଲ୍ୟବାନ୍‌ ପଥର ଏବଂ ରୁପା ଅଳଙ୍କାରର ବିଭିନ୍ନ ଡିଜାଇନ ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ଅଫର ୨୦୨୩ ଜୁନ୍‌ ୧୧ ପର୍ଯ୍ୟନ୍ତ ଦେଶର ସମସ୍ତ ଜୟଆଲୁକ୍କାସ୍‌ ଶୋ’ରୁମ୍‌ରେ ଉପଲବ୍ଧ। ଅପରପକ୍ଷରେ ଏହି ସ୍ବତନ୍ତ୍ର ଅଫର ସହିତ ଗ୍ରାହକମାନେ ଜୟଆଲୁକ୍କାସ୍‌ଠାରୁ ପ୍ରତ୍ୟେକ କ୍ରୟ ଉପରେ ମାଗଣା ଆଜୀବନ ରକ୍ଷଣାବେକ୍ଷଣ ଓ ଏକ ବର୍ଷର ମାଗଣା ବୀମା ଏବଂ ବାଏ ବ୍ୟାକ୍‌ ନିଶ୍ଚିତତା ମଧ୍ୟ ପାଇଥାନ୍ତି ବୋଲି ଜୟଆଲୁକ୍କାସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜୟଆଲୁକ୍କାସ୍‌ର ଚେୟାରମ୍ୟାନ୍‌ ତଥା ଏମ୍‌ଡି ଜୟ ଆଲୁକ୍କାସ କହିଛନ୍ତି, ଆମେ ଆମର ଗ୍ରାହକମାନଙ୍କୁ ଏକ ଅଦ୍ୱିତୀୟ ଅଳଙ୍କାର ଶପିଂ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଥାଉ ଏବଂ ଜୟ ଆଲୁକ୍କାସ୍‌ରେ ଆମର ପୃଷ୍ଠପୋଷକମାନେ ଏହା ଉପରେ ଦୃଢ଼ ସୁନିଶ୍ଚିତ ହୋଇପାରିବେ। ଏପରିକି ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ପ୍ରୟାସ ଜାରି ରଖିବା ସହ ସେମାନଙ୍କ ଲାଗି ଅଳଙ୍କାରର ସର୍ବୋତ୍ତମ ଏବଂ ବ୍ୟାପକ ପସନ୍ଦ ଆଣିବାକୁ ଲକ୍ଷ୍ୟ ରଖିଛୁ।

Share