Advertisement

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର, ୬ା୧୦(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟବଜାରର ପରିବାହାଟ ନିକଟରେ ଥିବା ସାହୁ ଜୁଏଲେରୀ ଓ ୱାର୍କସପ୍‌ ନାମକ ଗହଣା ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ଆଜବେଷ୍ଟସ୍‌ ତାଡ଼ି ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଚୋରି କରି ନେଇଛନ୍ତି। ୧୮ଟି ରୁପା ସିନ୍ଦୂର ଫରୁଆ, ୮୫ଟି ସୁନା ଚିତା, ୬ ରୁପା ମୁଦି, ୧ ହଳ ସୁନା କାନଫୁଲ, ୨ ରୁପା ଚେନ୍‌, ୨ ସୁନାମୁଦି ସହ ଅନ୍ୟ କେତେକ ଅଳଙ୍କାର ମଧ୍ୟ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ମଦନ ମୋହନ ସାହୁ ଶୁକ୍ରବାର ଜାଣିବା ପରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାସୁଦେବପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରମାନଙ୍କୁ ଠାବ କରାଯାଇପାରି ନାହିଁ। ଏଠାରେ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel