ଅଭିନେତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ମୁମ୍ବାଇ: ଟିଭିର ଗୌରୀ ମ୍ୟାମ ଅର୍ଥାତ୍‌ ଅଭିନେତ୍ରୀ ନେହା ପେଣ୍ଡସେଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଅଭିନେତ୍ରୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ଖବର ଅନୁଯାୟୀ ନେହାଙ୍କ ମୁମ୍ବାଇ ଘରୁ ୬ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଯାଇଛି। ଏହା ପରେ ନେହାଙ୍କ ସ୍ବାମୀ ଶାର୍ଦ୍ଦୁଲ ସିଂ ବ୍ୟାସଙ୍କ ଡ୍ରାଇଭର ପୋଲିସ ନିକଟରେ ଏହି ମାମଲା ରୁଜୁ କରିଛି।
ବର୍ତ୍ତମାନ ଏହି ଖବରକୁ ଅଭିନେତ୍ରୀ ନିଜେ ନିଶ୍ଚିତ କରିଛନ୍ତି। ସମ୍ପ୍ରତି, ଜୁମରେ କଥାବାର୍ତ୍ତା କରୁଥିବାବେଳେ ନେହା ପେଣ୍ଡସେ କହିଛନ୍ତି ଯେ, ମୁଁ ଏହି ବିଷୟରେ କଥାବାର୍ତ୍ତା କରିବାକୁ ଠିକ ଭାବୁନାହିଁ। ଏହି ଖବର କିପରି ଲିକ ହେଲା ମୁଁ ଜାଣେ ନାହିଁ । କିନ୍ତୁ ହଁ, ଏହି ସବୁ ସତ୍ୟ । ମୋ ଘରେ ଚୋରି ହୋଇଛି।

ଏହି ଘଟଣା ୨୮ଡିସେମ୍ବରର। ପୋଲିସ ନିକଟରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ନେହାଙ୍କଠାରୁ ହୀରା ମୁଦି ଏବଂ ତାଙ୍କ ସ୍ବାମୀଙ୍କ ହୀରା ବ୍ରେସଲେଟ ଚୋରି ହୋଇଛି। ଘରକୁ ଫେରି କେୟାର ଟେକର ସୁମିତଙ୍କୁ ଏସବୁ ଅଳଙ୍କାର ଦେଇଥିବା ଅଭିନେତ୍ରୀ କହିଛନ୍ତି। ଆଉ ସେ ଏହାକୁ ଆଲମାରୀରେ ରଖିଛନ୍ତି ବୋଲି କହିଥିଲେ। କିଛି ଦିନ ପୂର୍ବରୁ, ଯେତେବେଳେ ଶାର୍ଦ୍ଦୁଲ ଘରୁ ବାହାରକୁ ଯାଉଥିଲେ, ସେତେବେଳେ ସେ ଆଲମାରୀରେ ଅଳଙ୍କାର ପାଇଲେ ନାହିଁ। ଏହା ପରେ ଘରର ସମସ୍ତ କେୟାର ଟେକରଙ୍କୁ ଏ ବିଷୟରେ ପଚରାଯାଇଥିଲା, କିନ୍ତୁ କାହାଠାରୁ କୌଣସି ସୂଚନା ମିଳି ନ ଥିଲା।
ଚାକରମାନଙ୍କୁ ପଚରାଉଚରା ବେଳେ ସୁମିତ ଘରୁ ବାହାରକୁ ଯାଇଥିଲେ। ଯେତେବେଳେ ତାଙ୍କୁ ଡକାଯାଇ ଅଳଙ୍କାର ବିଷୟରେ ପଚରାଗଲା, ସେ କହିଥିଲେ ଯେ ସେ ସମସ୍ତ ଅଳଙ୍କାରକୁ ଆଲମାରୀରେ ରଖିଛନ୍ତି। କିନ୍ତୁ ବହୁ ଖୋଜାଖୋଜି ପରେ ଘରେ ଅଳଙ୍କାର ମିଳିନଥିବା ବେଳେ ଶାର୍ଦ୍ଦୁଲ ତାଙ୍କ ଡ୍ରାଇଭରଙ୍କୁ ପୋଲିସ ନିକଟରେ ଅଭିଯୋଗ କରିବାକୁ କହିଥିଲେ।
ପୋଲିସ ତୁରନ୍ତ ଘଟଣାର ତଦନ୍ତ କରିଥିଲା। ଏହାପରେ ପୋଲିସ ନେହା ପେଣ୍ଡସେଙ୍କ କେୟାର ଟେକର ସୁମିତଙ୍କୁ ଗିରଫ କରିଛି।

Share