ବ୍ୟବସାୟୀଙ୍କ ଘରୁ ୪୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି

ବ୍ରହ୍ମପୁର,୧୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଏବେ ଲୁଟେରା ଗ୍ୟାଙ୍ଗ୍‌ ପୁଣିଥରେ ସକ୍ରିୟ ହେବାରେ ଲାଗିଛନ୍ତି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଛନ୍ତି ଏହି ଗ୍ୟାଙ୍ଗ୍‌। ବଡ଼ବଜାର ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସାହି ମୁଖ୍ୟ ରାସ୍ତାରେ ରହୁଥିବା ମନୋଜ ପାଢ଼ୀଙ୍କ ଘରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ରୁପା ସାମଗ୍ରୀ ଚୋରି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନୋଜ ଓ ତାଙ୍କ ପରିବାର ପବିତ୍ର ବାହୁଡ଼ା ଯାତ୍ରା ଦେଖିବା ପାଇଁ ଦୁଇଦିନ ପୂର୍ବରୁ ଘରେ ତାଲା ପକାଇ ପୁରୀ ଚାଲି ଯାଇଛନ୍ତି। ରବିବାର ସକାଳେ ତାଙ୍କ ଘର ଗ୍ରୀଲ୍‌ ତାଲା ଭଙ୍ଗା ଯାଇଥିବା ବେଳେ ମୁଖ୍ୟ ଫାଟକ ଖୋଲାଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ଫୋନ୍‌ କରିଥିଲେ। ନିକଟରେ ରହୁଥିବା ତାଙ୍କ ଶଳା ପୋଲିସକୁ ଫୋନ୍‌ କରିବା ସହ ସେଠାକୁ ଯାଇଥିଲେ। ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପୋଲିସ ଯାଞ୍ଚ କରୁଛି।

Share