ସ୍ବାସ୍ଥ୍ୟ ସମସ୍ୟା ବି ଦୂର କରେ ଅଳଙ୍କାର…

ଭାରତୀୟ ସଂସ୍କୃତିରେ ଶୃଙ୍ଗାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ମହିଳାମାନେ ନାକରେ କାନରେ ବେକରେ ତଥା ହାତ ଏବଂ ଗୋଡ଼ରେ ଭିନ୍ନ ଭିନ୍ନ ଧାତୁରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକାରର ଅଳଙ୍କାର ପିନ୍ଧିଥାନ୍ତି। ଏସବୁ ଅଳଙ୍କାର ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟ ବୃଦ୍ଧି କରିବା ସହିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ। ଅଳଙ୍କାର ପିନ୍ଧିବା ଦ୍ୱାରା ବିଭିନ୍ନ ଆକ୍ୟୁପ୍ରେସର ପଏଣ୍ଟ୍‌ ଏବଂ ସ୍ପର୍ଶ ଚିକିତ୍ସା କେନ୍ଦ୍ରରେ ଲାଗାତାର ଚାପ ପଡ଼ିଥାଏ। ଏହାର ପ୍ରଭାବରେ ବହୁବିଧ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। କାନ ଏବଂ ନାକରେ ପିନ୍ଧା ଯାଉଥିବା ଅଳଙ୍କାର ଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୋଇଥାଏ। ସେହିପରି ବେକରେ ପିନ୍ଧା ଯାଉଥିବା ଅଳଙ୍କାର ଦ୍ୱାରା ଧୀଶକ୍ତି ବୃଦ୍ଧି ସହ ଆଖି, ଗଳା ଓ ନାଶାକୁ ପ୍ରଭାବିତ କରେ। ଫଳରେ ନାକ, ଆଖି, ମେରୁଦଣ୍ଡ ଓ ଗଳାର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। କେତେକ ସୁନା, ରୁପା ଅବା ପ୍ଲାଟିନମ୍‌ ବଦଳରେ ଛୋଟ ଛୋଟ ଚୁମ୍ବକରେ ନିର୍ମିତ ଅଳଙ୍କାର ପିନ୍ଧିଥାନ୍ତି। ଏହାଦ୍ୱାରା ଶରୀରର ବିଭିନ୍ନ ପ୍ରେସର ପଏଣ୍ଟ୍‌ରେ ଚୁମ୍ବକୀୟ ଚାପ ଅନୁଭୁତ ହୋଇଥାଏ। ଫଳରେ ବହୁବିଧ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆକ୍ୟୁପ୍ରେସର, ସ୍ପର୍ଶ ଚିକିତ୍ସା ଏବଂ ଚୁମ୍ବକୀୟ ଚିକିତ୍ସା କରୁଥିବା ବିଶେଷଜ୍ଞ ମତ ଦେଇଥାନ୍ତି।