Categories: ଜାତୀୟ

ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ…

ନୂଆଦିଲ୍ଲୀ,୬।୧୨: ଯୌତୁକ ଭଳି ସାମାଜିକ ଅପରାଧକୁ ରୋକିବା ପାଇଁ ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ ବୋଲି ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ସୋମବାର ଏହା ଉପରେ ଶୁଣାଣି କରି ଶୀର୍ଷକୋର୍ଟ ବିଧି ଆୟୋଗକୁ ଏନେଇ ନିଜର ମତାମତ ଦେବାକୁ କହିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରାଥମିକତା ସହିତ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏନେଇ ମତାମତ ଲୋଡିଛନ୍ତି। ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଯୌତୁକ ଏକ ସାମାଜିକ ଅପରାଧ। ଯୌତୁକ ବିରୋଧି ଆଇନକୁ ଅଧିକ ସଶକ୍ତ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏହା ଉପରେ ଅଧିକ ଆଲୋଚନା କରାଯିବା ଉଚିତ।

ସେହିପରି ବିଚାରପତି ବୋପନ୍ନା କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ। ଏହା ଉପରେ ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରାଯିବା ଲାଗି ଉଦ୍ୟମ ହେବା ଉଚିତ।

Share