Categories: ବାଣିଜ୍ୟ

ଖିମ୍‌ଜୀରେ ଅଳଙ୍କାର-ଅଫରର ସମ୍ଭାର

କଟକ,୨୪।୫: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର କଟକ ଷ୍ଟୋର ପକ୍ଷରୁ ମଙ୍ଗଳବାର ୧୨ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏପରିକି ଖିମ୍‌ଜୀ ଜୁଏଲର୍ସର କଟକ ଷ୍ଟୋର ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ବିଶେଷକରି ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୩୦%ର ରିହାତି ଦିଆଯାଉଥିବାବେଳେ ହୀରା ଗହଣା ଉପରେ ଫ୍ଲାଟ୍‌ ୨୦% ଏବଂ ରୁପା ଜିନିଷର ଓଜନର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦% ଓ ରୁପା ସାମଗ୍ରୀର କ୍ରୟ ମୂଲ୍ୟ ଉପରେ ୧୦% ରିହାତି ଦିଆଯାଉଛି। ଏହି ଅଫର ୨୦୨୩ ମେ ୩୧ ପର୍ଯ୍ୟନ୍ତ ବୈଧ ରହିଛି। ସେହିଭଳି ଏହାର ଗ୍ରାହକମାନେ ସୁନା, ପ୍ଲାଟିନମ୍‌, ହୀରା ଓ ରୁପାର ସୂକ୍ଷ୍ମ କାରିଗରି ଉପରେରେ ନିର୍ମିତ ଆକର୍ଷଣୀୟ ଅଳଙ୍କାର କିଣିବା ପାଇଁ ମଧ୍ୟ ସୁଯୋଗ ପାଇପାରିବେ।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ବର୍ଷ ବର୍ଷ ଧରି କଟକବାସୀଙ୍କ ସହ ଖିମ୍‌ଜୀ ଜୁଏଲର୍ସ ଉତ୍ତମ ସମ୍ପର୍କ ସ୍ଥାପନ କରିଆସିଛି। ଏପରିକି କଟକବାସୀଙ୍କ ଭଲପାଇବା ଓ କୃତଜ୍ଞତାର ଏକ ପ୍ରତୀକ ଭାବେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଏଭଳି ଏକ ସ୍ବତନ୍ତ୍ର ଅଫର ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାହକମାନେ ନିଶ୍ଚୟ ଏହାର ଲାଭ ଉଠାଇବେ ଓ ଖିମ୍‌ଜୀ ଜୁଏଲର୍ସ ସହ ଯୋଡ଼ିହୋଇ ସେମାନଙ୍କ ଅଭିବୃଦ୍ଧି ଯାତ୍ରା ଜାରି ରଖିବେ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି କଟକବାସୀଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କ ସମର୍ଥନ ଏବଂ ବିଶ୍ୱାସ ଖିମ୍‌ଜୀ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି ମିତେଶ ମତବ୍ୟକ୍ତ କରିଛନ୍ତି।

Share