କରନ ଛାଡ଼ିଲେ ‘ଝଲକ୍‌ ଦିଖ୍‌ଲା ଜା’

ବମ୍ବେ: ଦର୍ଶକଙ୍କ ପସନ୍ଦର ରିଆଲିଟି ଶୋ’ ମଧ୍ୟରୁ ‘ଝଲକ ଦିଖ୍‌ଲା ଜା-୧୦’ ଅନ୍ୟତମ। ନୃତ୍ୟ ଭିତ୍ତିକ ଏହି ଶୋ’ର ପ୍ରିମିୟର ସେପ୍ଟେମ୍ବର ୩ରେ ହୋଇଥିଲା। ପ୍ରତିଯୋଗୀ ଭାବେ ଏଥିରେ ଅନେକ ବଡ ଟେଲି କଳାକାର ନଜର ଆସୁଥିବା ବେଳେ ବ୍ୟକ୍ତିଗତ କାରଣକୁ ନେଇ ଅନେକ ଶୋ’ ଛାଡୁଛନ୍ତି। ଏହି କ୍ରମରେ ଏବେ ବିଚାରପତି ଆସନ ଅଳଙ୍କୃତ କରିଥିବା କରନ୍‌ ଜୋହର ଶୋ’ ଛାଡ଼ିଥିବା ଜଣାପଡ଼ିଛି। ତାଙ୍କ ସ୍ଥାନ ନେବେ ସେଲିବ୍ରିଟି କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌। କିଛି ଦିନ ତଳେ ଶୋ’ର ଅନ୍ୟତମ ଜଜ୍‌ ନୋରା ଫତେହୀଙ୍କ ସ୍ଥାନରେ ସେ ନଜର ଆସିଥିଲେ। ଏବେ ଆଗାମୀ ଏପିସୋଡରେ ଟେରେନ୍ସ କରନଙ୍କ ସ୍ଥାନ ନେଇଥିବା ଦେଖିବାକୁ ମିଳିବ।

Share