କୋଭିଡ କଟକଣା ମଧ୍ୟରେ ହେଲା ଝାମୁଯାତ୍ରା: ନିଆଁରେ ଚାଲିଲେ ମାନସିକଧାରୀ

ଗଞ୍ଜାମ,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏଲଏମା ମନ୍ଦିରରେ ଚଳିତ ବର୍ଷ ଝାମୁଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି। ଏ ନେଇ ଶହ ଶହ ମାନସିକଧାରୀ ନିଆଁରେ ଚାଲିଛନ୍ତି। ସେଠାରେ ପାନୀୟ ଜଳ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗଞ୍ଜାମ ଥାନା ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି। କୋଭିଡ କଟକଣା ମଧ୍ୟରେ ଝାମୁଯାତ୍ରା ପାଳିତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜେନା ପରିବାର ଏହାକୁ ପରିଚାଳନା କରିଛନ୍ତି।

Share