Categories: ବାଣିଜ୍ୟ

ଜାହ୍ନବୀ ନିସାନର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୭: (ଅଭୟ ଦାଶ/ ସତ୍ୟ ରଞ୍ଜନ ଦାସମହାପାତ୍ର):ନିସାନ ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏନ୍‌ଏମ୍‌ଆଇପିଏଲ୍‌)ର ଏକ୍ସକ୍ଲୁସିଭ ଆଉଟଲେଟ ପାହାଳର ପ୍ରାଚୀ ବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏନ୍‌ଏମ୍‌ଆଇପିଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ଜାହ୍ନବୀ ନିସାନ ଆନୁକୂଲ୍ୟରେ ଉକ୍ତ ବ୍ରାଣ୍ଡ୍‌ ନ୍ୟୁ ଶୋ’ରୁମ୍‌ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାହ୍ନବୀ ନିସାନର ପରିଚାଳନା ନିର୍ଦ୍ଦେଶକ ଅମିତ ଜୟସ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାହ୍ନବୀ ନିସାନ ଶୋ’ରୁମ୍‌ର ଜିଏମ୍‌ ସୁସ୍ମିତା ପଟ୍ଟନାୟକ, ସର୍ଭିସ୍‌ ମ୍ୟାନେଜର ରାଜୀବ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଉକ୍ତ ଶୋ’ ରୁମ୍‌ରେ ନିସାନର ସମସ୍ତ ମଡେଲର ବିକ୍ରି ସହିତ ସର୍ଭିସ, ସ୍ପେୟାର ସହ ମାକ୍ସିକେୟାର ସୁବିଧା ଉପଲବ୍ଧ। ଏପରିକି ଶୋ’ରୁମ୍‌ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଜିରୋ କ୍ୟାଶ୍‌ଲେସ୍‌ ବଡି ସପ ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି ଆଗାମୀ ଦିନରେ ଓଡ଼ିଶାର ଅନୁଗୋଳ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଭଳି ସହରରେ ବ୍ରାଣ୍ଡ୍‌ର ନୂତନ ଶୋ’ରୁମ୍‌ ଖୋଲିବା ପାଇଁ ଯୋଜନା ରହିଛି। ଏ ସମ୍ପର୍କରେ ଜାହ୍ନବୀ ନିସାନର ଜିଏମ୍‌ ସୁସ୍ମିତା ପଟ୍ଟନାୟକ କହିଛନ୍ତି, ଓଡ଼ିଶା ବଜାରରେ ନିସାନର ଏହା ଏକମାତ୍ର ଶୋ’ରୁମ୍‌ ହୋଇଥିବାବେଳେ ଶୋ‘ରୁମ୍‌ (ଜାହ୍ନବୀ ନିସାନ)ରୁ ଗ୍ରାହକମାନେ ସର୍ବନିମ୍ନ ୫.୯୯ ଲକ୍ଷ ଟଙ୍କା ମୂଲ୍ୟର କମ୍ପାକ୍ଟ ଏସ୍‌ୟୁଭି କାର୍‌ କ୍ରୟ କରିପାରିବେ। ସେହିଭଳି ପ୍ରତ୍ୟେକ ଗ୍ରାହକଙ୍କ ଲାଗି ଘରୁ ଗାଡି ପିକ୍‌ ଅପ୍‌ ଓ ଡ୍ରପ୍‌ର ସୁବିଧା ରହିଛି। ଅପରପକ୍ଷରେ ଗ୍ରାହକସନ୍ତୁଷ୍ଟି ଉକ୍ତ ଶୋ’ରୁମ୍‌ର ମୂଳ ଲକ୍ଷ୍ୟ ବୋଲି ସୁସ୍ମିତା ପଟ୍ଟନାୟକ କହିବା ସହ ମାସିକ ଭାବେ ରାଜ୍ୟର ସବୁ ଜିଲାରେ ପର୍ଯ୍ୟାୟକ୍ରମେ ଗ୍ରାହକମାନଙ୍କୁ ଦ୍ୱାରଦେଶ ସେବା ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି।

Share