Categories: ଜାତୀୟ

ଝାନ୍ସୀକୁ ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ନାମରେ ଜାଣିିବା ଉଚିତ୍‌: କୋର୍ଟ

ଝାନ୍ସୀ ୭।୩: ଝାନ୍ସି ରେଳ ଷ୍ଟେସନର ନାମ ବଦଳାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ସୋମବାର ନିଜର ମନ୍ତବ୍ୟ ରଖିଛନ୍ତି। ବ୍ରିଟିଶଙ୍କ ବିରୋଧ ଲଢ଼େଇରେ ରାଣୀ ଲକ୍ଷ୍ମୀବାଇ ଉଚ୍ଚ ବଳିଦାନ ଦେଇଥିଲେ। ତେଣୁ ଝାନ୍ସୀକୁ ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ନାମରେ ଜାଣିିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦଶର ଝାନ୍ସୀ ରେଲଓ୍ବେ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଏବେ ବୀରାଙ୍ଗନା ଲକ୍ଷ୍ମୀବାଇ ନାମରେ ନାମିତ କରାଯାଇଛି। ଏହାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ନିକଟରେ ରେଳ ଷ୍ଟେସନର ନାମ ପରିବର୍ତ୍ତନ ଯୋଗୁ ଅନେକ ଯାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ସୂଚନା ମୁତାବକ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା ପରେ ଝାନ୍ସୀର ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଗତ ବର୍ଷ ଡିସେମ୍ବରରେ ବୀରାଙ୍ଗନା ଲକ୍ଷ୍ମୀବାଇ ରଖାଯାଇଥିଲା।

Share