ଜାହ୍ନବୀଙ୍କ ଗଣିତ ଜ୍ଞାନ

ମୁମ୍ବାଇ: ବେଳେ ବେଳେ ଇଚ୍ଛା ହୁଏ ଜାଣିବାକୁ ବଲିଉଡ ସେଲିବ୍ରିଟିମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବାକୁ । କୋଟି କୋଟି ଟଙ୍କା ଆୟ କରୁଥିବା ଏହି ସେଲିବ୍ରିଟିମାନେ କେତେ ପାଠ ପଢିଛନ୍ତି । କେହି କେହି ଖୁବ୍ କମ୍ ପାଠ ପଢିଥିଲେ ବି ବଲିଉଡ କ୍ୟାରିୟରରେ ଏମାନେ ସଫଳ ହୋଇ କୋଟିପତି ହୋଇପାରିଥିବା ଦେଖାଯାଇଛି ।
କିଛିଦିନ ତଳେ ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କୁ ‘କଫି ୱିଥ କରନ’ ଶୋ’ରେ ପଚରା ଯାଇଥିଲା ଭାରତର ରାଷ୍ଟ୍ରପତି କିଏ, ଆଲିଆ ଉତ୍ତର ଦେଇଥିଲେ ପୃଥ୍ୱିରାଜ ଚୌହାନ । ଏହାପରେ ଏହି ଉତ୍ତର ଏକ ବଡ ବିବାଦ ଠିଆ କରାଇଥିଲା । ସେମିତି ଅନନ୍ୟା ପାଣ୍ଡେ ବି ନିଜ ଷ୍ଟ୍ରଗଲ କଥା କହିବା ବେଳେ ଏମିତି କିଛି କହିଥିଲେ ଯାହା ଫଳରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା । ଆଉ ଏବେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ଆଉ ଏକ ନାମ । ଷ୍ଟାର କିଡ ଜାହ୍ନବୀ କପୁର ।
ଜାହ୍ନବୀ କପୁର ଏବେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ ଲକ ଜେରୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଗଣିତକୁ ନେଇ ଏମିତି ଏକ କଥା କହିଛନ୍ତି ଫଳରେ ଟ୍ରୋଲର୍ସଙ୍କ ଟାର୍ଗେଟ ହୋଇଯାଇଛନ୍ତି । ଇନଷ୍ଟାଗ୍ରାମ ପେଜ ଫିଲ୍ମି ଜାହ୍ନବୀଙ୍କ ଏହି ଭିଡିଓକୁ ଶେୟାର କରି ଦେଇଛି । ଅଭିନେତ୍ରୀ କହିଛନ୍ତି, ‘ମାଥସ୍ ଜଷ୍ଟ ମେକ ୟୁ ରିଟାର୍ଡେଡ’ । ତେବେ ସ୍କୁଲରେ ତାଙ୍କର ପସନ୍ଦର ବିଷୟ କ’ଣ ଥିଲା ବୋଲି ପ୍ରଶ୍ନରେ ସେ ଏମିତି ଉତ୍ତର ଦେଇଛନ୍ତି । ସେ କହିଛନ୍ତି ମୁଁ କେବଳ ଇତିହାସ ଓ ସାହିତ୍ୟକୁ ଗୁରୁତ୍ୱ ଦେଇଥାଏ । ଆଉ ଏଥିରେ ବି ମୁଁ ଭଲ ପ୍ରଦର୍ଶନ କରିଛି । ତେବେ ତାଙ୍କୁ କେଉଁ ବିଷୟ ସବୁଠାରୁ ଅଧିକ ଖରାପ ଲାଗେ ବୋଲି ପ୍ରଶ୍ନ କରାଯିବାରୁ ସେ ଉତ୍ତର କହିଛନ୍ତି, ମୋତେ ବୁଝା ପଡେନି ମୁଁ ଆଜି ପର୍ଯ୍ୟନ୍ତ ଆଲଜେବରାରର ବ୍ୟବହାର କରି ନ ଥିବା ବେଳେ ସେଥିପାଇଁ କାହିଁକି ଏତେ ମୁଣ୍ଡ ଖରାପ କରୁଥିଲି । ହେଲେ ଇତିହାସ ଓ ସାହିତ୍ୟ ଆପଣଙ୍କୁ ସଂସ୍କୃତ ବ୍ୟକ୍ତି କରି ଗଢି ତୋଳିଥାଏ । ଗଣିତ ଆପଣଙ୍କୁ ମନ୍ଦବୁଦ୍ଧି କରି ଦେଇଥାଏ ।
ଏହି ଭିଡିଓକୁ ଦେଖିବା ପରେ ଏହାର କମେଣ୍ଟରେ ୟୁଜର୍ସ ବିଭିନ୍ନ କଥା ଲେଖିଛନ୍ତି । ହେଲେ ଟାର୍ଗେଟ ହେଉଛନ୍ତି ଅଭିନେତ୍ରୀ ଜାହ୍ନବୀ । ଜଣେ ୟୁଜର୍ସ ଲେଖିଛନ୍ତି, ଆର୍ଯ୍ୟଭଟ୍ଟ ବି ଲାଇକ: ତୁମର ଆଇକ୍ୟୁ ଚେକ କରିବା ପାଇଁ ଜିରୋର ଆବିଷ୍କାର କରିଥିଲେ । ଅନ୍ୟ ଜଣେ ଲେଖିଛନ୍ତି ସୁସ୍ମିତା ସେନ, ଶାହାରୁଖ ଖାଁଙ୍କ ଇଣ୍ଟରଭ୍ୟୁ ଦେଖନ୍ତୁ । ଅନନ୍ୟା ଜାହ୍ନବୀ କପୁରଙ୍କ ଠାରୁ ଦୂରେଇ ରୁହନ୍ତୁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ସମସ୍ତେ ଏସଏସଆର(ସୁଶାନ୍ତ ସିଂ ରାଜପୁତ) ନୁହେଁ । ଆଉ କିଏ କହିଛି ଆଲଜେବରା ୯ମ ଶ୍ରେଣୀର ଗଣିତ ତେଣୁ ତାଙ୍କର ଇତିହାସ ବି ଦୁର୍ବଳ ଅଛି । ଆଉ ଜଣେ ଲେଖିଛନ୍ତି ମ୍ୟାଡାମଙ୍କୁ ଲାଗୁଛି ଆଲଜେବରା କ୍ଲୋଭିୟାରୁ ମିଳିଥାଏ ।

Share