Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୧ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମଳିବ ପ୍ରତି ମାସରେ ୧୦୦୦

ରାଞ୍ଚି, ୨୨।୦୭: ରାଜ୍ୟରେ ୨୧ ରୁ ୫୦ ବର୍ଷ ବୟସର ୪୦ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୂଚନା ଦେଇଛନ୍ତି । ହିତାଧିକାରୀ ଚୟନ ଏବଂ ଚିହ୍ନଟ ପାଇଁ ସାରା ରାଜ୍ୟରେ କ୍ୟାମ୍ପର ଆୟୋଜନ କରାଯିବ। ୩୪ଟି ଯୋଜନାର ଉଦ୍‌ଘାଟନ-ଭିତ୍ତି ପ୍ରସ୍ତର ତଥା ସାହିବଗଞ୍ଜ ଜିଲାର ରାଜମହଲରେ ହିତାଧିକାରୀଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ପାଇଁ ଆୟୋଜିତ ସମାରୋହକୁ ସମ୍ବୋଧିତ କରିବାବେଳେ ସୋରେନ କହିଛନ୍ତି ଯେ ମହିଳା ସଶକ୍ତିକରଣ ପାଇଁ ଆମ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି।

Share