ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହାଓ୍ବଡା, ୨୯।୧୨: କୋଲକାତାର ହାଓ୍ବଡା ଜିଲାରେ ଝାଡ଼ଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ସ୍ବାମୀ ତାଙ୍କୁ ଦୁର୍ବୃତ୍ତ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, କାର୍‌ରେ ସ୍ବାମୀ ପ୍ରକାଶ କୁମାର ଓ କୁନି ଝିଅଙ୍କ ସହ ରିୟା ଝାଡ଼ଖଣ୍ଡରୁ କୋଲକାତା ଯାଉଥିଲେ। ବୁଧବାର ସକାଳ ପ୍ରାୟ ୬ଟାବେଳେ ଗାଡ଼ି ଚଲାଇ ଥକିପଡ଼ିଥିବା ପ୍ରକାଶ ରାସ୍ତା କଡ଼ରେ କାର୍‌ ଛିଡ଼ାକରି ବାହାରକୁ ଯାଇଥିଲେ। ସେତିକିବେଳେ ତିନିଜଣ ଦୁର୍ବୃତ୍ତ ତାଙ୍କ ନିକଟକୁ ଆସି ମୋବାଇଲ, ପର୍ସ ଆଦି ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଗାଡ଼ିରେ ବସିଥିବା ରିୟା ଏହାଦେଖି ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ସେଠାରେ ପହଞ୍ଚିଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିଫୁଟାଇ ସେଠାରୁ ଫେରାର୍‌ ହୋଇଯାଇଥିଲେ। ପ୍ରକାଶ ଗାଡ଼ିରେ ରିୟାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲାବେଳେକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପୋଲିସ ସୂତ୍ର ଅନୁଯାୟୀ, ପ୍ରକାଶ ସିଂ ହିଁ ତାଙ୍କ ରିୟା କୁମାରୀଙ୍କୁ ହାଓ୍ବାଡା ଅଞ୍ଚଳରେ ଲୁଟିବା ପାଇଁ ଷଡଯନ୍ତ୍ର କରିଥିଲେ। ପ୍ରକାଶ ରିୟାଙ୍କୁ ହତ୍ୟା କରିବାକୁ ଯୋଜନା କରି୍‌ଥିଲେ ବଂ ପୋଲିସକୁ ଏକ ମିଛ କାହାଣୀ କହିଥିଲେ। ଏହି ମାମଲାରେ ପ୍ରକାଶ ସିଂଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯିବ।

Share