Posted inଜାତୀୟ

ଚମ୍ପାଇ ସୋରେନଙ୍କ ପାଇଁ କ’ଣ ଚମକିମ ଭାଜପାର ଭାଗ୍ୟ? ନିର୍ବାଚନରେ କେତେ ଲାଭଦାୟକ ହେବ ଜାଣନ୍ତୁ …

ରାଞ୍ଚି,୩୦।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଶୁକ୍ରବାର ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଚମ୍ପାଇ ସୋରେନ ଭାଜପାକୁ ଜେଏମଏମ ଏବଂ ଏହାର ସହଯୋଗୀଙ୍କୁ ଆଗାମୀ ରାଜ୍ୟ ନିର୍ବାଚନରେ ପରାସ୍ତ କରିବାରେ ସାହାଯ୍ୟ କରିବେ କି ନାହିଁ। ଏହି ପ୍ରସଙ୍ଗରେ ଚମ୍ପାଇ ସୋରେନଙ୍କ ନିଜସ୍ବ ନିର୍ବାଚନ ରେକର୍ଡ ତାଙ୍କୁ କେତେ ସାହାଯ୍ୟ କରିବ? ଚମ୍ପାଇ ସୋରେନ ଏପର୍ଯ୍ୟନ୍ତ ୭ ଟି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ଯେଉଁଥିରେ ସେ କେବଳ ଗୋଟିଏରେ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ବୃହତ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଅନ୍ୟ ରାଜ୍ୟ ପରି ଝାଡଖଣ୍ଡର ନିର୍ବାଚନ ଫଳାଫଳ ଏହାର ରାଜନୈତିକ ଭୌଗୋଳିକ ଉପରେ ନିର୍ଭର କରେ। ତେବେ ଝାଡଖଣ୍ଡକୁ ୫ଟି ବଡ ଅଞ୍ଚଳରେ ବିଭକ୍ତ କରାଯାଇପାରେ। ବିଧାନସଭା ଆସନ ସଂଖ୍ୟା ବୃଦ୍ଧି କ୍ରମରେ ଏହି ଅଞ୍ଚଳଗୁଡ଼ିକ ହେଉଛି ପାଲାମୁ (୯), କୋଲହାନ (୧୪), ଦକ୍ଷିଣ ଛୋଟନାଗପୁର (୧୫), ସନ୍ଥାଲ ପରଗାନା (୧୮) ଏବଂ ଉତ୍ତର ଛୋଟନାଗପୁର (୨୫)। ହେମନ୍ତ ସୋରେନ ଏବଂ ତାଙ୍କ ପରିବାର ରାଜ୍ୟର ସନ୍ଥଲ ପରଗାନା ଅଞ୍ଚଳରୁ ଆସିଛନ୍ତି। ଚମ୍ପାଇ ସୋରେନ କୋଲହାନ ଅଞ୍ଚଳରୁ ଆସିଛନ୍ତି । ଯେଉଁଥିରେ ୨୦୧୧ ଜନଗଣନା ଅନୁଯାୟୀ, ଅନୁସୂଚିତ ଜନଜାତି (ଏସ୍‌ଟି) ଜନସଂଖ୍ୟାର ଦ୍ୱିତୀୟ ବୃହତ୍ତମ ଅଂଶ (୪୧.୯୬ପ୍ରତିଶତ) ରହିଛି। ରାଜ୍ୟର ଅନ୍ୟ ଉପ-ଅଞ୍ଚଳରେ ଆଦିବାସୀ ଜନସଂଖ୍ୟାର ଅଂଶ ଯଥାକ୍ରମେ ଦକ୍ଷିଣ ଛେଟନାଗପୁର, ସନ୍ଥାଲ ପରଗାନା, ପାଲାମୁ ଏବଂ ଉତ୍ତର ଛୋଟନଗପୁର ବିଭାଗରେ ୫୧.୧ ପ୍ରତିଶତ, ୨୮.୧ପ୍ରତିଶତ, ୧୮ ପ୍ରତିଶତ ଏବଂ ୯.୫ ପ୍ରତିଶତ ରହିଛି।

୨୦୧୯ ବିଧାନସଭା ନିର୍ବାଚନରେ ଜେଏମଏମ ଏବଂ ଏହାର ସହଯୋଗୀମାନେ କୋଲହାନ ଅଞ୍ଚଳରେ ଥିବା ୧୪ଟି ବିଧାନସଭା ଆସନ ମଧ୍ୟରୁ ୧୩ଟି ଜିତିଥିଲେ। ଗତ ନିର୍ବାଚନରେ କୋଲହାନ ଅଞ୍ଚଳରେ ଜେଏମଏମର ପ୍ରଦର୍ଶନ ଅଡୁଆରେ ପଡିଛି। ୧୯୮୦ ପରଠାରୁ ନଅଟି ବିଧାନସଭା ନିର୍ବାଚନ ମଧ୍ୟରୁ ଚାରିଟିରେ ଭାଜପା ଏହି କ୍ଷେତ୍ରରେ ଅଧିକ ଆସନ ଜିତିଛି। ରାଜ୍ୟରେ 2019 ର୍ନିବାଚନରେ ଜେଏମଏମ ନେତୃତ୍ୱାଧୀନ ସହଯୋଗୀ ଦଳ ଜିତିବାର ସବୁଠାରୁ ବଡ କାରଣ ହେଉଛି ରାଜ୍ୟର ୨୮ ଟି ସଂରକ୍ଷିତ ଆସନରେ ଏହାର ୮୯.୩ପ୍ରତିଶତ ବିଜୟ ହାର ଥିଲା। ଅବଶିଷ୍ଟ ୫୩ଟି ଆସନରେ ବିଜେପି ଏବଂ ଜେଏମଏମ ମିଳିତ ମଞ୍ଚ ପ୍ରକୃତରେ କ୍ରମଶଃ ୨୩ ଏବଂ ୨୨ ଟି ଆସନରେ ବରାବର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜି ଥିଲେ ଘର ଲୋକେ, ପଡ଼ିଥାନ୍ତା ହାତଗଣ୍ଠି…ହେଲେ ହଳଦୀ ଉତ୍ସବ ଦିନ କାହିଁକି ପଙ୍ଖାରେ ଝୁଲି ପଡ଼ିଲେ ବରକନ୍ୟା?

ଲକ୍ଷ୍ନୌ,୨୨।୧୧: ୩ ବର୍ଷର ପ୍ରେମସମ୍ପର୍କ। ପରିବାର ଲୋକେ ରାଜି ହେବା ପରେ ବିବାହର ଦିନ ସ୍ଥିର ହୋଇଥିଲା। ଆଉ ଦି ଦିନ ପରେ ପଡ଼ିଥିଲା ହାତଗଣ୍ଠି।...

ବିଶେଷଜ୍ଞଙ୍କ ବଡ଼ ଆକଳନ, ମହାରାଷ୍ଟ୍ରରେ ଏହି ଦଳ କରିବ ରାଜ୍‌!

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପ୍ରତିଷ୍ଠାତା ୟଶୱନ୍ତ ଦେଶମୁଖ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ବା ମହାୟୁତି...

ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ!

ନୂଆଦିଲ୍ଲୀ,୨୨।୧୧: ରାତି ପାହିଲେ ମହାରାଷ୍ଟ୍ର-ଝାଡଖଣ୍ଡର ଆସିବ ରେଜଲ୍ଟ। ଏନେଇ ଏବେଠାରୁ ନେତାଙ୍କ ଛାତି ଧକ୍‌ ଧକ୍‌ ହେଲାଣି। ସେପଟେ ନୂଆ ନୂଆ ଆସିଥିବା ଏକଜିଟ୍‌ ପୋଲ୍‌...

ମଣିପୁରରେ ହିଂସା ମଧ୍ୟରେ ବଡ଼ ଖୁଲାସା: ୧୫ ରୁ ୨୦ ବର୍ଷର ଯୁବତୀଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ 

ଇମ୍ଫାଲ,୨୨।୧୧: ପୁଣି ଥରେ ହିଂସାର ନିଆଁରେ ଜଳୁଛି ମଣିପୁର। ନିକଟରେ ମେଟେଇ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ଆରମ୍ଭ...

ରେଜଲ୍ଟ ପୂର୍ବରୁ ଝାଡଖଣ୍ଡରେ ହୋଇଗଲା ଭିତିରିଆ ଖେଳ!

ରାଞ୍ଚି,୨୨।୧୧: ଆଜି ରାତି ପାହିଲେ ଝାଡଖଣ୍ଡ-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରକାଶ ପାଇବ। ରାଜ୍ୟରେ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଠାରେ ଭାଜପା...

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ...

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ...

ଆମେ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ନାହୁଁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri