Categories: ଜାତୀୟ

ମନ କଥା ନୁହେଁ, କାମ କଥା କୁହନ୍ତୁ ମୋଦି

ରାଞ୍ଚି,୭।୫: ଦେଶରେ କରୋନା ସ୍ଥିତି ଖରାପ ହେଉଥିବାରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଫୋନରେ ତାଙ୍କ ସହ କରୋନାର ସ୍ଥିତି ବିଷୟରେ କଥା ହୋଇଥିଲେ। ତେବେ ସେ ମନ କଥା ନୁହେଁ, କାମ କଥା ଶୁଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ବୈଠକ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ଆଜି ସମ୍ମାନିତ ପ୍ରଧାନମନ୍ତ୍ରୀ ଫୋନ କରିଥିଲେ। ସେ କେବଳ ନିଜ ମନ କଥା କହିଥିଲେ। ଯଦି ସେ କାମ ବିଷୟରେ କହିଥାନ୍ତେ ଏବଂ କାମ କଥା ଶୁଣିଥାନ୍ତେ ତେବେ ଭଲ ହୋଇଥାନ୍ତା। ସୂତ୍ରରୁ ପ୍ରକାଶ ଯେ, ସୋରେନ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ତାଙ୍କ ରାଜ୍ୟ ସହ ଜଡିତ ି ବିଷୟରେ ଅବଗତ କରାଇବାକୁ ଦିଆଯାଇ ନ ଥିଲା। ସୋରେନଙ୍କ ବ୍ୟତୀତ ମୋଦି ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

Share