Categories: ଜାତୀୟ

ଇଡିରେ ହାଜର ହେଲେନାହିଁ ସୋରେନ, କହିଲେ ଯଦି ମୁଁ ଅପରାଧ କରିଛି ମୋତେ ଗିରଫ କରି ଦେଖାଅ

ରାଞ୍ଚି,୩ ।୧୧: ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରା ଉଚରା ପାଇଁ ଡାକିଥିଲା । ସେଥିପାଇଁ ଗୁରୁାବର ଇଡି କାର୍ଯ୍ୟାଳୟ ନିକଟରେ ସୁରକ୍ଷାକୁ ବଢାଇ ଦିଆଯାଇଥିଲା । ହେଲେ ସୋରେନ ଗୁରୁବାର ଇଡିରେ ହାଜର ହେଲେ ନାହିଁ । ଇତିମଧ୍ୟରେ ତାଙ୍କ କର୍ମୀଙ୍କୁ ସମ୍ବୋଧନ ଦେଇ ସୋରେନ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆଗାମୀ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ଭାଜପା ମୂଳପୋଛ ହୋଇଯିବ ।
ସୋରେନ ଆହୁରି ମଧ୍ୟ କହିଛନ୍ତି, ଇଡି ମୋତେ ଗୁରୁବାର ପଚରା ଉଚରା ପାଇଁ ଡାକିଥିଲା । ହେଲେ ପୂର୍ବରୁ ମୋର ଛତିଶଗଡ଼ରେ ଏକ କାର୍ଯ୍ୟକମ ରହିଛି । ଯଦି ମୁଁ ଏତେବଡ ଅପରାଧ କରିଛି ତେବେ ଆସ ମୋତେ ଗିରଫ କର । ସେ କହିଛନ୍ତି ପଚରାଉଚରା କାହିଁକି ହେଉଛି । ଆପଣ ଝାଡ଼ଖଣ୍ଡବାସୀଙ୍କୁ କାହିଁକି ଡରୁଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋରେନ ବୋଧହୁଏ ଇଡି ସାମ୍ନାରେ ହାଜର ନ ହୋଇପାରନ୍ତି । କାରଣ ସେ ଏକ ଆଦିବାସୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାୟପୁର ଯାଉଛନ୍ତି ।

Share