Categories: ଜାତୀୟ

କ୍ୱାରାଣ୍ଟାଇନରେ ରହିଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୮।୭: କରୋନା ଭାଇରସ୍‌ ସାରା ଦେଶରେ ଜଟିଳ ରୂପ ଧାରଣ କରିଛି। ଅନେକ ନେତା ମଧ୍ୟ ଏହାଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି। ଏସବୁ ଭିତରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାଣ୍ଟାଇନରେ ରହିଛନ୍ତି। ଖୁବଶୀଘ୍ର ତାଙ୍କ କରୋନା ଟେଷ୍ଟ କରାଯିବ। ସୂଚନାଯୋଗ୍ୟ, ହେମନ୍ତ କରୋନା ସଂକ୍ରମିତ ବିଧାୟକଙ୍କ କଣ୍ଟାକ୍ଟରେ ଆସିଥିଲେ। ଏହାରେ ନିଜକୁ ହୋମ କ୍ୱାରାଣ୍ଟାଇନରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନେକ କର୍ମଚାରୀ ମଧ୍ୟ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମେ ହେମନ୍ତଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ମନ୍ତ୍ରୀଙ୍କୁ କରୋନା ହୋଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ବିଧାୟକ ମଧ୍ୟ କରୋନା ପଜିଟିଭ୍‌ ଜଣାପଡିଛି।

Share