Categories: ଜାତୀୟ

ମୋଦି ସରକାରଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ରାଞ୍ଚି,୨୬ ।୩: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୋଲ ଇଣ୍ଡିଆ ଉପରେ ଝାରଖଣ୍ଡର ୧.୩୬ ଲକ୍ଷ କୋଟି ଟଙ୍କା ବାକି ରହିଛି । ଏହା ରାଜ୍ୟର ଅଧିକାର ଓ ରାଜ୍ୟ ଏହାକୁ ଆଦାୟ କରିବ । ଏହସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି କି ଯଦି ଏହି ଅର୍ଥ ନ ମିଳିଲା ତେବେ ରାଜ୍ୟରେ କୋଇଲା ଖଣି ଉପରେ ବାରିକେଡ ଓ ତାଲା ଲଗାଇ ଦିଆଯିବ ।
ସୋରେନ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା କହୁଛନ୍ତି ମୁଖ୍ୟମନ୍ତ୍ରୀ ପେନସନ, ରାଶନ ଆଦି ଉପରେ ଧ୍ୟାନ ଦେବାର ଆବଶ୍ୟକତା ନାହିଁ । ସେମାନଙ୍କର ଏଭଳି ଚିନ୍ତାଧାରା ହାସ୍‌୍ୟାସ୍ପଦ । ଏମାନେ ଝାଡଖଣ୍ଡର ସତ୍ୟତାଠାରୁ କେତେ ଦୂରରେ ତାହା ସହଜରେ ଅନୁମାନ କରାଯାଇ ପାରୁଛି । ଆଜି ସରକାର ଗରିବଙ୍କୁ ୧ ହଜାର ଟଙ୍କା ପେନସନ, ୧୦ ଟଙ୍କାରେ ଧୋତି ଶାଢି, ୧ ଟଙ୍କାରେ ଗହମ-ଚାଉଳ ଦେବାକୁ ପଡୁଛି ଏଥିପାଇଁ ବିରୋଧି ଦାୟୀ ବୋଲି ସେ କହିଛନ୍ତି ।

Share