Categories: ଜାତୀୟ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ ପଠାଯିବା ଉଚିତ୍‌: ବାବୁଲାଲ

ରାଞ୍ଚି,୧୭।୮: ଝାଡଖଣ୍ଡରେ ଆଦିବାସୀଙ୍କ ଜମି ଲୁଟ ମାମଲା ସମ୍ପର୍କରେ ରାଜ୍ୟ ଭାଜପା ସଭାପତି ବାବୁଲାଲ ମାର୍ଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ କରିଛନ୍ତି। ବାବୁଲାଲ ସୋରେନ ରାଜ ପରିବାର ଉପରେ ଆକ୍ରମଣ କରି କହିଛନ୍ତି,ମୁଖ୍ୟମନ୍ତ୍ରୀ ସୋରେନ ଏବଂ ତାଙ୍କ ପରିବାର ଆଦିବାସୀଙ୍କ ଜମି ଲୁଟୁଛନ୍ତି। ନିରୀହ ଆଦିବାସୀଙ୍କୁ ଲୁଟ କରିଥିବା ସରକାର ତୁରନ୍ତ ହଟିବା ଆବଶ୍ୟକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଯିବା ଉଚିତ।
ବାବୁଲାଲ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପରିବାର ସେମାନଙ୍କ ନାମ ପରିବର୍ତ୍ତନ କରି ଆଦିବାସୀଙ୍କ ଜମି ଲୁଟ କରୁଛନ୍ତି। ରାଞ୍ଚିର ଡାହୁରୁ ମୁଣ୍ଡା ନାମକ ଜଣେ ଆଦିବାସୀଙ୍କ ଜମି ହେମନ୍ତ ସୋରେନ ୨୦୦୨ରେ ହେମନ୍ତ କୁମାର ସୋରେନଙ୍କ ନାମରେ କିଣାଯାଇଥିଲା। କେବଳ ରାଞ୍ଚିରେ ନୁହେଁ ସମଗ୍ର ଝାଡଖଣ୍ଡରେ ଘଟୁଛି। ଜମି କ୍ରୟ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ପିତା ଶିବୁ ସୋରେନ ଶିବ କୁମାର ସୋରେନ ହୋଇ ଜମି କିଣିଥିଲେ। ଏହା କେଉଁ ପ୍ରକାର ଆଦିବାସୀ ପରିବାର ଯାହା କେବଳ ଆଦିବାସୀଙ୍କ ଜମି ଲୁଟ କରୁଛି।

Share