ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍‌

ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚୌକି ଛାଡ଼ିବାକୁ ପଡ଼ିଥିଲା। ଲାଲୁଙ୍କ ଇସ୍ତଫା ପରେ ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୨୬ ବର୍ଷ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ସମ୍ଭବତଃ ଅନୁରୂପ ଘଟଣାକ୍ରମ ଦେଖିବାକୁ ମିଳିପାରେ। ଅନୁମାନ କରାଯାଉଛି କି ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ତାଙ୍କୁ ଗିରଫ କରିପାରେ।
ତେବେ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ମୁଖିଆ ସୋରେନ ଓ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି କି…

୨୦୧୯ ନିର୍ବାଚନ ପୂର୍ବରୁ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ତାଙ୍କର ମୋଟ ସମ୍ପତ୍ତିର ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସେ କୋଟି କୋଟି ଟଙ୍କାର ମାଲିକ ବୋଲି ଜଣାପଡିଛି। MyNeta.com ରେ ଉପଲବ୍ଧ ସୂଚନା ଅନୁଯାୟୀ, ଜେଏମଏମ ନେତା ତଥା ଶିବୁ ସୋରେନଙ୍କ ପୁଅ ହେମନ୍ତଙ୍କ ମୋଟ ସମ୍ପତ୍ତି ୮,୫୧,୭୪,୧୯୫ ଟଙ୍କା ରହିଛି।

୨୦୧୯ରେ ତାଙ୍କର ନେଟ୍‌ ଓ୍ବର୍ଥ ୮କୋଟି ଟଙ୍କା ବୋଲି ଘୋଷଣା କରିଥିବାବେଳେ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨୫ ଲକ୍ଷ ଟଙ୍କା ଜମା ରହିଛି। ସୋରେନ ଏବଂ ତାଙ୍କ ସ୍ତ୍ରୀଙ୍କର ପ୍ରାୟ ୭,୨୪,୬୧୨ ଟଙ୍କା ମୂଲ୍ୟର ସେୟାର, ବଣ୍ଡ ଏବଂ ଡିଭିଏନଞ୍ଚର ରହିଛି। ଜେଏମଏମ ନେତାଙ୍କର ୨୬,୮୧,୫୮୯ ଟଙ୍କା ମୂଲ୍ୟର ପୋଷ୍ଟଅଫିସ ରହିଥିବାବେଳେ ଜୀବନ ବୀମା ନିଗମ ଓ ଆଇସିଆଇସିଆଇ ଯୋଜନାରେ ୭୦.୫,୬୩୮ ଟଙ୍କା ନିବେଶ କରିଛନ୍ତି।
ନିର୍ବାଚନ ସତ୍ୟପାଠରେ ୨,୮୪,୨୨୦ ଟଙ୍କା ଋଣ କରିଥିବା କହିଛନ୍ତି। ୨୦୧୮-୧୯ରେ ତାଙ୍କର ବ୍ୟକ୍ତିଗତ ଆୟ ୧୩.୩୭ ଲକ୍ଷ ଟଙ୍କା ବୋଲି ଘୋଷଣା କରିଛନ୍ତି। ସତ୍ୟପାଠରେ ଦେଇଥିବା ପ୍ରମାଣପତ୍ର ଅନୁଯାୟୀ, ହେମନ୍ତ ସୋରେନଙ୍କର ଏକ ଟାଟା ସଫାରି କାର ଅଛି, ଯାହାକୁ ସେ ୧୩ ଲକ୍ଷ ଟଙ୍କାରେ କିଣିଛନ୍ତି। ଏଥିସହ ତାଙ୍କର ଏକ ହ୍ୟାଚବ୍ୟାକ କାର୍‌ ଅଛି। ସେ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ନାମରେ ଏକ ମାରୁତି ସିଆଜ କାର ପଞ୍ଜିକୃତ କରିଛନ୍ତି।

ସିଏମ ହେମନ୍ତଙ୍କ ନାମରେ କୌଣସି ସୁନା କିମ୍ବା ରୂପା ଜିନିଷ ନାହିଁ। ସୂଚନାନୁସାରେ, ସୋରେନଙ୍କ ସ୍ତ୍ରୀ କଳ୍ପନାଙ୍କ ପାଖରେ ୨୪ ଲକ୍ଷ ଟଙ୍କାର ୬୫୫ ଗ୍ରାମ ସୁନା ଓ ୯ଲକ୍ଷ ଟଙ୍କାର ଅଧିକ ମୂଲ୍ୟର ୨୦ କିଲୋଗ୍ରାମ ରୂପା ରହିଛିି। ତାଙ୍କ ପାଖରେ ୫୫ହଜାର ଟଙ୍କାର ରାଇଫଲ ରହିଛି। ମୁଖ୍ୟମନ୍ତ୍ରୀଙ୍କ ବୋକରୋ ଏବଂ ଅଙ୍ଗରା ରାଞ୍ଚିରେ ୨୨ ଲକ୍ଷ ଟଙ୍କାର ଦୁଇଟି ପ୍ଲଟ ରହିଛି। ସେହିପରି ବୋକରୋରେ ୭୫ ଲକ୍ଷ ଟଙ୍କାର ଏ ଘର ଓ ୧୯ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ରହିଛି। ଏଥିସହ ସୋରେନଙ୍କ ସ୍ତ୍ରୀ କଳ୍ପନାଙ୍କ ପାଖରେ ୪,୮୭,୦୦,୦୦୦ ଟଙ୍କା ମୂଲ୍ୟର ତିନୋଟି ବ୍ୟବସାୟିକ କୋଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri