Categories: ଜାତୀୟ

ଭାଜପା ଶିବିରକୁ ଯାଇପାରନ୍ତି ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ

ରାଞ୍ଚତ୍,୧୭ା୭:(ଆଇଏଏସ୍‌ଏସ୍‌):ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଏବେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟକମାନେ ଭାଜପା ଶିବିରକୁ ଡେଇଁପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଭାଜପା ଏବେ କଂଗ୍ରେସର କେତେଜଣ ବିଧାୟକଙ୍କୁ ନିଜ ପଟକୁ ନେବା ଲାଗି ଉଦ୍ୟମ ଚଳାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ମନ୍ତ୍ରୀ ରାମେଶ୍ୱର ଓରାଓଁ କହିଛନ୍ତି। ତେବେ ଭାଜପା ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପକାଇବା ପାଇଁ କଂଗ୍ରେସ ରଣକୌଶଳ ଆପଣାଉଥିବା ଭାଜପା କହିଛି। ରାଜ୍ୟ ସଭା ନିର୍ବାଚନ ବେଳେ ଭାଜପା କେତେଜଣ କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରିଥିଲା। ଏଥିପାଇଁ ସେମାନଙ୍କୁ ଟଙ୍କା ଓ ପଦବୀ ଯଚାଯାଇଥିଲା। ଗୈରିକ ଦଳ କ୍ରମାଗତ ଭାବେ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଚାଲିଥିବା ରାମେଶ୍ୱର ଅଭିଯୋଗ କରିଛନ୍ତି। କଂଗ୍ରେସ ମନ୍ତ୍ରୀଙ୍କ ଅଭିଯୋଗକୁ ଭାଜପା ଝାଡ଼ଖଣ୍ଡ ମୁଖପାତ୍ର ପ୍ରତୁଲ ସହଦେବ ଖଣ୍ଡନ କରିଛନ୍ତି। କଂଗ୍ରେସ ଝାଡ଼ଖଣ୍ଡ ସରକାରର ଅଂଶବିଶେଷ ହୋଇଥିବାରୁ ସେପରି କିଛି ଘଟିଲେ ସେମାନେ ଏତଲା ଦାଏର କରି ଘଟଣାର ତଦନ୍ତ କରାଇବା ଆବଶ୍ୟକ ବୋଲି ପ୍ରତୁଲ କହିଛନ୍ତି। ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ ସ୍ତରରେ ପହଞ୍ଚତ୍ଥିବାରୁ ଏହା ଉପରୁ ଲୋକଙ୍କ ନଜର ହଟାଇବା ପାଇଁ କଂଗ୍ରେସ ଏଭଳି ମିଥ୍ୟା ଅଭିଯୋଗ କରୁଥିବା ଭାଜପା ମୁଖପାତ୍ର କହିଛନ୍ତି।

Share