Categories: ଜାତୀୟ

ଭୁଶୁଡିଲା କୋଇଲା ଖଣି: ୧୨ ଶ୍ରମିକ ପୋତି ହୋଇଯାଇଥିବା ଆଶଙ୍କା

ରାଞ୍ଚି,୨୧।୪:ଝାଡ଼ଖଣ୍ଡର ଧାନବାଦର ଡୁମାରଜୋଡ ଅଞ୍ଚଳରେ ବେଆଇନ କୋଇଲା ଖନନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍‌ କୋଇଲା ଖସି ଭୁଶୁଡି ପଡିବାରୁ ୧୨ରୁ ଅଧିକ ଶ୍ରମିକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଭାରତ କୋକିଙ୍ଗ କୋଲ ଲିମିଟେଡ (ବିସିସିଏଲ୍‌) ନାମକ କୋଇଲା ଖଣିରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଛି। ଏହି କୋଇଲା ଖଣିରେ ବେଆଇନ ଖଣି ଖନନ ଚାଲିଥିଲା। କୋଇଲା ଖଣି ପ୍ରାୟ ୫୦ ଫୁଟ ଧସିଥିବା ଜଣାପଡିଛି।
ଚଳିତ ବର୍ଷ ଫେବୃଆରୀରେ ଧାନବାଦରେ ଏକ ବେଆଇନ କୋଇଲା ଖଣି ଭୁଶୁଡି ପଡି ଦୁଇରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

Share