Categories: ଜାତୀୟ

ଦଶମ, ଦ୍ୱାଦଶ ଶ୍ରେଣୀ ଟପ୍ପରଙ୍କୁ କାର୍‌ ଗିଫ୍ଟ କଲେ ଶିକ୍ଷାମନ୍ତ୍ରୀ

ରାଞ୍ଚି, ୨୪।୯: ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଶେଷରେ ନିଜ ପ୍ରତିଜ୍ଞା ପୂରଣ କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଟପ୍ପରଙ୍କୁ ଗିଫ୍ଟ ଆକାରରେ ଜଗରନାଥ କାର୍‌ ପ୍ରଦାନ କରିଛନ୍ତି। ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ମହଙ୍ଗା ଉପହାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଏକାଡେମୀକ କାଉନସିଲ (ଜେଏସି) ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଟପ୍ପରଙ୍କୁ ପୁରସ୍କାର ଆକାରରେ କାର୍‌ ପ୍ରଦାନ କରିବାକୁ ଜଗରନାଥ ସେପ୍ଟେମ୍ବର ୧୮ରେ ଘୋଷଣା କରିଥିଲେ। ଦଶମ ଶ୍ରେଣୀରେ ମନୀଷ କୁମାର କଟିୟାର (୯୮ ପ୍ରତିଶତ ନମ୍ବର) ଏବଂ ଅମିତ୍‌ କୁମାର (୯୧.୪) ଦ୍ୱାଦଶ ଶ୍ରେଣୀରେ ଟପ୍ପର ହୋଇଥିଲେ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ ଓ ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତି ରବୀନ୍ଦ୍ର ନାଥ ମହତୋ ଉଭୟ ମନୀଷ ଓ ଅମିତ୍‌ଙ୍କୁ କାର୍‌ ଚାବି ପ୍ରଦାନ କରିଥିଲେ।

Share