Posted inଜାତୀୟ

ଦଶମ, ଦ୍ୱାଦଶ ଟପ୍ପରଙ୍କୁ ପୁରସ୍କାର ଲାଗି ୨ଟି କାର୍‌ କିଣିଲେ ଶିକ୍ଷା ମନ୍ତ୍ରୀ

ରାଞ୍ଚି, ୨୧।୯: ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମୋହତ ନିଜ ପ୍ରତିଜ୍ଞା ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟରେ ଚଳିତ ବର୍ଷ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ପରଙ୍କ ଲାଗି ୨ଟି ଅଲ୍ଟୋ କାର୍‌ କିଣିଛନ୍ତି। ବୁଧବାର ଏକ ସମାରୋହରେ ସେ ଏହି ୨ଟି କାର ଟପ୍ପରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ନିକଟରେ ଝାଡ଼ଖଣ୍ଡ ଏକାଡେମୀ କାଉନସିଲ୍‌ ଦ୍ୱାରା ଆୟୋଜିତ ପରୀକ୍ଷା ଫଳ ଘୋଷଣା ଅବସରରେ ଶିକ୍ଷା ମନ୍ତ୍ରୀ ଜଗରନାଥ କହିଥିଲେ, ଯେ ଉଭୟ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଟପ୍ପରଙ୍କୁ ସେ କାର୍‌ ଦେବେ। ବର୍ତ୍ତମାନ ସେ ତାଙ୍କ ପ୍ରତିଜ୍ଞା ପୂରଣ କରିବାକୁ ଯାଉଛନ୍ତି। ନୂଆ କାର୍‌ ୨ଟି ସହ ଶିକ୍ଷା ମନ୍ତ୍ରୀ ଏକ ଫଟୋ ତାଙ୍କ ଟୁଇଟର୍‌ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଏହା ସେମାନଙ୍କ ପାଇଁ, ଯେଉଁମାନେ ରାଜ୍ୟ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ମାଟ୍ରିକ ପରୀକ୍ଷାରେ ନେତରହାଟ ରେସିଡେନ୍ସିଆଲ ସ୍କୁଲର ମନୀଷ କୁମାର କଟିୟାର ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅମିତ୍‌ କୁମାର ଟପ୍ପର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ଏକ୍ସ ପୋଷ୍ଟକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୪।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ଯୁବକମାନଙ୍କ ବେକାରୀ ସମସ୍ୟାକୁ ନେଇ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି। ପ୍ରଶ୍ନ ଉଠାଇଛନ୍ତି, ହରିୟାଣାର ଯୁବକମାନେ କାହିଁକି...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ସିଏମ ମ୍ୟାଡାମ ‘ରାମାୟଣ’କୁ ନେଇ ଚାଲିବ ନାହିଁ ସରକାର, କାହିଁକି ଆତିଶୀଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୯: ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ସୋମବାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଦିଲ୍ଲୀର ସିଂହାସନରେ ବସିଛନ୍ତି। ସେ...

ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ: ନିଫ୍ଟି ବି ଉପରମୁହାଁ

ମୁମ୍ବାଇ,୨୪।୯: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ,...

ତିରୁପତି ମନ୍ଦିରକୁ ଘିଅ ସପ୍ଲାଇ କରୁଥିବା କମ୍ପାନୀର ସମସ୍ତ ଅଧିକାରୀ ମୁସଲିମ! ବଡ ଦାବି, ଜାଣନ୍ତୁ ସତ କ’ଣ

ତିରୁପତି,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାର କରାଯାଉଥିବା ବାକୁ ନେଇ ଆଲୋଚନା ସମାଲୋଚନା ବୃଦ୍ଧି ପାଇବାରେ...

ମିଳିବ ଖୁସି ଖବର, ବନ୍ଦ ହୋଇଯିବ ଯୁଦ୍ଧ! ପୁଟିନଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇଲେ ଡୋଭାଲ, ଏବେ ମୋଦିଙ୍କୁ ଭେଟିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ...

ଆଉ ନର୍ଥଇଷ୍ଟ-ଲଦ୍ଦାଖରେ ପଶିବାକୁ ଚେଷ୍ଟା କରିବନି ଡ୍ରାଗନ! ଭାରତର ମିତ୍ର ଦେଶ ଆମେରିକା ଦେଲା ବଡ ବୟାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ଆମେରିକୀୟ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ଫେରିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ...

ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି

ନୂଆଦିଲ୍ଲୀ,୨୪।୯ (ପି.ଟି.): ସରକାରୀ ବିଭାଗଗୁଡ଼ିକ ୩୪ଟି ବଡ଼ ମାମଲାରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମାର ଅନୁପାଳନ କରି ନ ଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri