ନୀଳଗିରିକୁ ପଶିଲେ ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼,୧୬ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିକୁ ସୋମବାର ଭୋର୍‌ରୁ ୪୨ ଝାଡ଼ଖଣ୍ଡୀ ହାତୀପଲ ନୀଳଗିରିକୁ ପ୍ରବେଶ କରିଛନ୍ତି। ୨୦୧୦ ମସିହାରୁ ହାତୀପଲ ନୀଳଗିରିକୁ ଜଙ୍ଗଲ ଚିରାଚରିତ ଢଙ୍ଗରେ ପ୍ରତିବର୍ଷ ଭଳି ଏବର୍ଷ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା ସୀମା ପାରହୋଇଛନ୍ତି । କିଛି ଦିନ ମୟୂରଭଞ୍ଜରେ ରହିଆସିଥିବା ବେଳେ ସୋମବାର ଭୋର୍‌ ୪ଟାରେ ଦଳ ଦଳ ହାତୀପଲ ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା ରାସ୍ତା ପାର ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି। ହାତୀପଲରେ ୫ଟି ଦନ୍ତା ହାତୀ ଥିବାବେଳେ ୭-୮ଟି ଛୋଟ ହାତୀ ଅଛନ୍ତି। ହାତୀପଲ ଆସିଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ। ଏବେ ନୀଳଗିରି ଅଞ୍ଚଳରେ ଧାନ କ୍ଷେତରେ ଧାନରୁ କିଛି ଥୋଡ଼ ବାହାରୁଥିବା ବେଳେ କିଛି ଅଧା ପାଚିବା ଅବସ୍ଥାରେ ରହିଛି। ବନ ବିଭାଗ ପକ୍ଷରୁ ହାତୀଙ୍କ ପ୍ରବେଶକୁ ନେଇ କ୍ଷୟକ୍ଷତି ରୋକିବା ଉଦ୍ଦେଶ୍ୟରେ କିଛି ଦିନ ପୂର୍ବରୁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବନବିଭାଗ ଦ୍ୱାରା ଡାକବାଜି ଯନ୍ତ୍ରଦ୍ୱାରା ହାତୀ ଉପଦ୍ରବ ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ଭିତରେ ହାଣ୍ଡିଆ, ମହୁଲ, ମାଦକ ଦ୍ରବ୍ୟ ନ ରଖିବା ପାଇଁ ସଚେତନ କରାଯାଇଛି। ହାତୀଙ୍କ ଦାଉରୁ
ମଣିଷର ସୁରକ୍ଷା ମଣିଷ ଦାଉରୁ ହାତୀର ସୁରକ୍ଷା ଉପରେ ନିରୀକ୍ଷଣ ପାଇଁ ବାଲେଶ୍ୱର ଡିଏଫ୍‌ଓ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ମନନୁଆର ଖାନ, ଫରେଷ୍ଟର, ସବୁଜବାହିନୀଙ୍କୁ ନିୟୋଜିତ କରାଯାଇଛି।