Categories: ଜାତୀୟ

ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଯବାନ ଶହୀଦ

ରାଞ୍ଚି, ୧୫।୮: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ ସବ୍‌-ଇନ୍ସପେକ୍ଟର ଏବଂ ଜଣେ ହାବିଲଦାର ଅଛନ୍ତି।

ସୂଚନାନୁଯାୟୀ, ସୋମବାର ଅପରାହ୍ନରେ ପଶ୍ଚିମ ସିଂହଭୂମର ଟୋଣ୍ଟୋ ଥାନା ଅଞ୍ଚଳର ତୁମ୍ବାହାକାରେ ଏହି ଘଟଣା ଘଟିଛି। ଏଥିରେ ସବ୍‌ ଇନ୍ସପେକ୍ଟର ଅମିତ ତିଓ୍ବାରୀ ଏବଂ ହାବିଲଦାର ଗୌତମ କୁମାର ଶହୀଦ ହୋଇଛନ୍ତି। ଅମିତ ୨୦୧୨ର ଥିବା ବେଳେ ଦୁହେଁ ଝାଡଖଣ୍ଡର ଜାଗୁଆର ଫୋର୍ସରେ ସାମିଲ ଥିଲେ।

Share