Categories: ଜାତୀୟ

ଚିକିତ୍ସା ପାଇଁ ଗୋଟିଏ ବୋତଲ ମଦ ମାଗିଲେ ଡାକ୍ତର, ତା’ପରେ

ରାଞ୍ଚି,୨୬।୭: କରୋନା ମହାମାରୀ ସମୟରେ ଡାକ୍ତରଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସେମାନଙ୍କୁ କେରାନା ଯୋଦ୍ଧା ଆଖ୍ୟା ଦିଆଯାଇଛି। କିନ୍ତୁ ଝାଡଖଣ୍ଡରେ ଏମିତି ଜଣେ ଡାକ୍ତର ମଧ୍ୟ ଅଛନ୍ତି ଯିଏ ରୋଗୀଙ୍କ ଚିକିତ୍ସା ପାଇଁ ଏକ ବୋତଲ ମଦ ଆବଶ୍ୟକ କରନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଉକ୍ତ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛନ୍ତି। ଏହି ମାମଲା ଝାଡଖଣ୍ଡର ଗିରିଡିହ ଜିଲାରୁ ଆସିଛି। ବିରନି ବ୍ଲକର କାର୍ଯ୍ୟନିର୍ବାହୀ ଚିକିତ୍ସା ଡାକ୍ତର ସେକ ମହମ୍ମଦ ତାଜାଉଦ୍ଦିନ ଚିକିତ୍ସା ବଦଳରେ ଏକ ବୋତଲ ମଦ ବୋତଲ ନେଉଥିବାର ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଚିକିତ୍ସା ପାଇଁ ସେ ସମ୍ପୂର୍ଣ୍ଣ ଗୋଟିଏ ବୋତଲ ମାଗୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ସେକ୍‌ ବିବାଦରେ ଥିଲେ। ସ୍ଥାନୀୟ ବିଧାୟକ ବିନୋଦ ସିଂ ତାଙ୍କ ନାଁରେ ଅଭିଯୋଗ ଆଣି ଡାକ୍ତରଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ସେ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କୁ ଦାବି କରିଛନ୍ତି। ଏହି କାର୍ଯ୍ୟ କେବଳ ଡାକ୍ତରୀ ବୃତ୍ତିକୁ ଦୁର୍ବଳ କରିନାହିଁ ବରଂ ପ୍ରଶାସନକୁ ମଧ୍ୟ ବିବାଦ ଭିତରକୁ ଆଣିଛି। ଚିକିତ୍ସା ପାଇଁ ମଦ ମାଗିବା ସ୍ବାସ୍ଥ୍ୟ ବିଭାଗର ଭାବମୂର୍ତ୍ତିରେ କଳା ଦାଗ ସୃଷ୍ଟି କରିଛି ବୋଲି ବିଧାୟକ କହିଛନ୍ତି।

Share