Posted inଜାତୀୟ

ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା

ରାଞ୍ଚି,୨୧।୦୬: ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଝାଡ଼ଖଣ୍ଡର ମହିଳାମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୧ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ । ସରକାରଙ୍କ ଏହି ଯୋଜନା ମାଧ୍ୟମରେ ରାଜ୍ୟର ୩୮-୪୦ ଲକ୍ଷ ମହିଳା ଲାଭବାନ୍‌ ହେବା ନେଇ ଆଶା କରିଛନ୍ତି ସରକାର । ଗୁରୁବାର ଜଣେ ଅଧିକାରୀ ଏ ସମ଼୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ଝାଡ଼ଖଣ୍ଡ ସରକାର ପଶ୍ଚିମବଙ୍ଗର ଲକ୍ଷ୍ମୀ ଭଣ୍ଡାର ଯୋଜନା ଭଳି ଖୁବ୍‌ ଶୀଘ୍ର ରାଜ୍ୟରେ ଏକ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଏହି ଯୋଜନାର ନାମ ମୁଖ୍ୟମନ୍ତ୍ରୀ ବହନ ବେଟି ସ଼୍ବାମ଼୍ବଲମ଼୍ବନ ଯୋଜନା ରଖାଯାଇଥିବା ମିଳିଥିବା ସୂଚନାରୁ ଜଣାପଡ଼ିଛି ।

ଜଣେ ବରିଷ୍ଠ ଅଧିକାରୀ ମହିଳାଙ୍କୁ ଏହି ଯୋଜନାରେ ପ୍ରତିମାସରେ ୧ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା କହିଥିବା ବେଳେ ଏଥିପାଇଁ ଅର୍ଥ ବିଭାଗ ଏବଂ କ୍ୟାବିନେଟ୍‌ରୁ ମଞ୍ଜୁରୀ ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଗୁରୁବାର ମହିଳା, ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ବୈଠକରେ ୨୫ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ବର୍ଗର ଗରିବ ଏବଂ ଜରୁରୀ ଥିବା ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯିବା ନେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ପ୍ରୋତ୍ସାହନ ଯୋଜନା ଶୀଘ୍ର ରାଜ୍ୟରେ ଲାଗୁ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ’: ସୈନିକମାନଙ୍କୁ ଏପରି ଆହ୍ୱାନ ଦେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ସେନା ପ୍ରତିଷ୍ଠାନର ପୁରୁଣା ଭାବନାକୁ ପୁନରାବୃତ୍ତି କରି, ପାକିସ୍ତାନୀମାନଙ୍କୁ ସେମାନଙ୍କ ପିଲାମାନଙ୍କୁ “ହିନ୍ଦୁ ଓ ମୁସଲମାନମାନଙ୍କ...

ଭଡ଼ାରେ ରହୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ଷ୍ଟାର କ୍ରିକେଟର; ମାତ୍ର ୧୩ ବର୍ଷ ବୟସରୁ ଦୌଡ଼ିଥିଲା ପ୍ରେମର ଗାଡ଼ି…

ନୂଆଦିଲ୍ଲୀ,୧୭।୪: ଜଣଙ୍କୁ ୧୧ ବର୍ଷ ତ ଆର ଜଣଙ୍କୁ ୧୩। ହଁ, ଏହି ବୟସରେ ଉଭୟ ପରସ୍ପରକୁ ଜାଣିଥିଲେ, ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ।...

ବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମା

ଭୁବନେଶ୍ୱର,୧୭।୫: ଓଡ଼ିଶା ହାଇକୋର୍ଟ ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡକୁ ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଉଚ୍ଚ ଦରମା ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

Naveen Patnaik: ନାମାଙ୍କର ଭରିଲେ ନବୀନ, ପାଖରେ ଥିଲେ ବବି

ଭୁବନେଶ୍ୱେର,୧୭।୪: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନକୁ ଆସି ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନିର୍ବାଚନ...

“ଟଙ୍କା ନଷ୍ଟ କରିବାକୁ ଚାହୁଁନାହିଁ”: କ୍ୟାନସରେ ପୀଡିତ ବ୍ୟକ୍ତି ସ୍ତ୍ରୀ’ଙ୍କୁ ହତ୍ୟା କରି ନିଜେ କଲେ ଆତ୍ମହତ୍ୟା

ଗାଜିଆବାଦ, ୧୭ା୪: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଜଣେ ରିଅଲ୍ ଇଷ୍ଟେଟ୍ ଡିଲର ବୁଧବାର ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image