Categories: ଜାତୀୟ

ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲ ନିଲମ୍ବିତ

ନୂଆଦିଲ୍ଲୀ,୧୨।୫: ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଦିନକ ପରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ନିଲମ୍ବନ କରାଯାଇଛି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମ୍‌ଜିଏନ୍‌ଆରଇଇଜିଏ ପାଣ୍ଠି ଦୁର୍ନୀତିରେ ପୂଜାଙ୍କୁ ୫ ଦିନ ଇଡି ହାଜତକୁ ପଠାଇଦିଆଯାଇଛି। ନିକଟରେ ଇଡି ଚଢ଼ାଉ ବେଳେ ତାଙ୍କ ଘରୁ ୧୯.୩୧ କୋଟି ନଗଦ ଟଙ୍କା ଜବତ ହୋଇଥିଲା। ଏତେ ଟଙ୍କା କେଉଁଠୁ ଆସିଲା ଇଡି ଏହାର ତଦନ୍ତ ଚଳାଇଛି। ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କର ୪ଟି କାର୍‌ ଜବତ ହେବା ସହ ତାଙ୍କୁ ଶନିବାର ଗିରଫ କରାଯାଇଥିଲା।

Share