Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା…

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜରିମାନା। ଏକ ମାମଲାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରି ଜବାବ ଦାଖଲରେ ବିଳମ୍ବକୁ ନେଇ ରାହୁଲଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ତେବେ ରାଜନେତା ଭାଜପାର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ କରିଥିବା ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏହାକୁ ଖାରଜ କରିବାକୁ ସେ ଝାଡ଼ଖଣ୍ଡ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ।
ଗତ ମାସରେ ଉକ୍ତ ଯାଚିକାର ଶୁଣାଣି କରି ହାଇକୋର୍ଟ ତାଙ୍କୁ ଆଶ୍ୱସ୍ତ ଦେଇଥିଲେ। ଏପରିକି ଚାଇବାସା କୋର୍ଟରେ ଚାଲୁଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକୋ ଲଗାଇଥିଲେ। ହେଲେ ଏହି ମାମଲାରେ ରାହୁଲଙ୍କୁ ଜବାବ ଦାଖଲ କରିବା ଲାଗି କୁହାଯାଇଥିଲା।

ପ୍ରକାଶ ଯେ, ଚାଇବାସା ନିବାସୀ ପ୍ରତାପ କଟିୟାର ନାମକ ବ୍ୟକ୍ତି ରାହୁଲଙ୍କ ବିରୋଧରେ ରୁଜୁ କରିଥିବା ମାମଲାରେ ଅଭିଯୋଗ କରିଥିଲେ ଯେ ସେ ୨୦୧୮ରେ ଶାହାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। କଂଗ୍ରେସରେ କୌଣସି ହତ୍ୟାକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ ନାହିଁ ବୋଲି ସେ କହିଥିଲେ। ଏହି ଅଭିଯୋଗ ଉପରେ ରାହୁଲଙ୍କ ବିରୋଧରେ ୨୦୨୨ ଏପ୍ରିଲରେ ଓ୍ବାରେଣ୍ଟ ଜାରି ହୋଇଥିଲା। ଏହାକୁ ଅଣଦେଖା କରିବାରୁ ୨୦୨୪ ଫେବୃଆରୀରେ ତାଙ୍କ ବିରୋଧରେ ଜାମିନବିହୀନ ପରଓ୍ବାନା ଜାରି କରାଯାଇଥିଲା। ଏହାକୁ ନେଇ ରାହୁଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share