Categories: ଜାତୀୟ

ଲାଲୁଙ୍କୁ ଝଟ୍‌କା: ଅସୁସ୍ଥତା ପରେ ବି ମିଳିଲାନି ଜାମିନ

ରାଞ୍ଚି,୨୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ପୁଣିଥରେ ଲାଲୁଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ତାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ସିବିଆଇ ଅଧିକ ସମୟ ମାଗିଥିଲା । ଏହାପରେ ଝାଡ଼ଖଣ୍ଡ ହାଇକୋର୍ଟ ୫ ଫେବୃୟାରୀ ପୂର୍ବରୁ ଜବାବ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବୃୟାରୀ ୫ରେ ହେବ । ସୂଚନାଯୋଗ୍ୟ, ବିହାରରେ ସାଢେ ୯ ଶହ କୋଟି ଟଙ୍କା ଘୋଟାଲା ମାମଲାରେ ସଜା କାଟୁଥିବା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହେବାର ଥିଲା ।

Share