Categories: ଜାତୀୟ

୨୦ ବର୍ଷରେ ଝାଡ଼ଖଣ୍ଡ: ମୋଦି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୫।୧୧: ଝାଡ଼ଖଣ୍ଡକୁ ରବିବାର ୨୦ ବର୍ଷ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟ୍‌ କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହା ସହିତ ସେ ବିର୍ସା ମୁଣ୍ଡାଙ୍କ ୧୪୫ ତମ ଜନ୍ମ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିର୍ସା ମୁଣ୍ଡାଙ୍କ ଜନ୍ମ ୧୮୭୫ ନଭେମ୍ବର ୧୫ରେ ତତ୍‌କାଳୀନ ବଙ୍ଗାଳ ପ୍ରେସିଡ଼େନ୍ସିର ବିହାରର ରାଞ୍ଚି ଜିଲାର ଉଲିହାତୁଠାରେ ହୋଇଥିଲା। ୧୯୦୦ ଜୁନ୍‌ ୯ରେ ମାତ୍ର ୨୪ ବର୍ଷ ବୟସରେ ରାଞ୍ଚିର କେନ୍ଦ୍ରୀୟ ଜେଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ୨୦୦୦ ନଭେମ୍ବର ୧୫ରେ ବିହାରଠାରୁ ଅଲଗା ହୋଇ ଝାଡ଼ଖଣ୍ଡ ସ୍ଥାପିତ ହୋଇଥିଲା। ଏନଡିଏ ନେତୃତ୍ୱରେ ଏଠାରେ ବାବୁଲାଲ ମରାଣ୍ଡି ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Share