ରାଞ୍ଚି,୪।୧: ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି। ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନ ଯୋଗୁ ଅନେକ ରାଜ୍ୟରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଝାଡ଼ଖଣ୍ଡରେ ମଧ୍ୟ ଶୀତଲହରକୁ ଦୃଷ୍ଟିରେ ରଖି ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ଜାନୁୟାରୀ ୮ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜାନୁୟାରୀ ୮ ଯାଏ ରାଞ୍ଚିରେ ସର୍ବନିମ୍ନ ତାପମାତ୍ର ୭ରୁ ୧୦ ଡିଗ୍ରୀ ସେଲସିୟସ ସହ ଆକାଶ ମେଘୁଆ ରହିବ। ପରେ ଜାନୁୟାରୀ ୮ରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତଦନୁଯାୟୀ ଜାନୁୟାରୀ ପ୍ରଥମ ସପ୍ତାହରେ ଶୀତଲହରର ସ୍ଥିତିକୁ ଦେଖି ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଶିକ୍ଷକମାନେ ଅନ୍ଲାଇନ୍ରେ ଛାତ୍ରୀଛାତ୍ରଙ୍କ ରେକର୍ଡ ଅପଡେଟ୍ କରିବାକୁ ବିଦ୍ୟାଳୟକୁ ଆସିବେ। ଏହି ସମୟରେ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ଉପଲବ୍ଧ ହେବ ବୋଲି କୁହାଯାଇଛି।