Categories: ଜାତୀୟ

ମୁସଲମାନ ପ୍ରେମିକଙ୍କୁ ଜାଳିଦେଲେ, ଗାଁରେ ଉତ୍ତେଜନା

ରାଞ୍ଚି,୮।୧୦: ଝାଡ଼ଖଣ୍ଡ ମହୁଆତଣ୍ଡ ଥାନା ଅଧୀନ ଧଓ୍ବାଇଆ ଗ୍ରାମରେ ଏକ ବର୍ବରକାଣ୍ଡ ଘଟିଛି। ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମୁସଲମାନ ଯୁବକଙ୍କୁ କେତେ ଜଣ ଗ୍ରାମବାସୀ ପୋଡ଼ି ହତ୍ୟା କରିଛନ୍ତି। ଝାଡ଼ଖଣ୍ଡ ପୋଲିସ ଘଟଣାରେ ସମ୍ପୃକ୍ତ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକ ମୁସଲମାନ ହୋଇଥିବା ବେଳେ ସେ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଏହି ଖବର ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହେବା ସହ କେତେକ ଗ୍ରାମବାସୀ ଯୁବକଙ୍କୁ ଆକ୍ରମଣ କରି ଜୀବନ୍ତ ଜାଳି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share