Categories: ଜାତୀୟ

ଏବେ ବି ଜେଲ୍‌ରେ ରହିବେ ଲାଲୁ, ଶୁଣାଣି ଘୁଞ୍ଚିଲା

ରାଞ୍ଚି,୬।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ନଭେମ୍ବର ୨୭ ପର୍ଯ୍ୟନ୍ତ ଘୁଞ୍ଚିଛି। ଫଳରେ ଚାରା ଘୋଟାଲା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ଲାଲୁ ଙ୍କୁ ପୁଣି ଝଟ୍‌କା ଲାଗିଛି। ସୂଚନାଯୋଗ୍ୟ, ଡୁମ୍‌କା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ସେ ଅଧାରୁ ଅଧିକ ସମୟ ଜେଲ୍‌ ଭୋଗି ସାରିଥିବାରୁ ତାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଝାଡଖଣ୍ଡ ହାଇକୋର୍ଟ ଏହାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଏହାପୂର୍ବରୁ ଗତ ମାସରେ ଚାରା ଘୋଟାଲା ମାମଲା ସହ ଜଡିତ ଚାଇବାସା କୋଷାଘର ଘଟଣାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ଦେଇଥିଲେ।

Share