Categories: ଜାତୀୟ

ପାଲାମୁରେ ୧୪୪ ଧାରା

ରାଞ୍ଚି,୧୫।୨: ଝାଡଖଣ୍ଡର ପାଲାମୁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ପରେ ପରିସ୍ଥିତି ଅଶାନ୍ତ ହୋଇପଡିଛି। ଫଳରେ ସେଠାରେ ୧୪୪ ଧାରା ଲାଗୁ ହୋଇଛି। ଶିବରାତ୍ରୀଙ୍କ ପାଇଁ ତୋରଣ ତିଆରି ପ୍ରସଙ୍ଗକୁ ବିବାଦ ଲାଗି ରହିଥିଲା। ଯାହା ପରେ ଉଭୟ ପାର୍ଶ୍ୱରୁ ପଥର ଫିଙ୍ଗିବା ସହ ନିଆଁ ଲାଗିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ।
ଶିବରାଟ୍ରି ପାଇଁ ପାଲାମୁର ପାନକୀ ବଜାରରେ ଏକ ସମ୍ପ୍ରଦାୟ ଦ୍ୱାରା ଏକ ତୋରଣ ନିର୍ମାଣ କରାଯାଉଥିଲା। ଏହାକୁ ନେଇ ଅନ୍ୟ ସମ୍ପ୍ରଦାୟ ସହିତ ବିବାଦ ଦେଖାଦେଇଥିଲା ଏବଂ ଖୁବ ଶୀଘ୍ର ବିବାଦ ଏତେ ବଢିଗଲା ଯେ ଉଭୟ ପାର୍ଶ୍ୱରୁ ପଥର ଫିଙ୍ଗିବା ଏବଂ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ପଥର ଫିଙ୍ଗିବାରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ତିନିଟି ପୋଲିସ ଷ୍ଟେଶନର ଟିମ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସତର୍କତାମୂଳକ ପଦକ୍ଷେପ ଭାବରେ ସହରରେ ଧାରା ୧୪୪ ଲାଗୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସି.କେ ସିହ୍ନା କହିଛନ୍ତି।

Share